ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବରରାଜନୀତି

ସୋନାଲି ଫୋଗଟ୍‌ଙ୍କ ମୃତ୍ୟୁ ମାମଲା : ମା’ ମୃତ୍ୟୁର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନାଲିଙ୍କ ଝିଅ

ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ହେଉଛି ବିଜେପି ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲା। ଏହି ମାମଲାରେ ଗୋଆ ପୁଲିସ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିସାରିଥିବା ବେଳେ ପରିବାର ଲୋକେ ଏହି ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି। ଗୋଆ ପୁଲିସର ତଦନ୍ତକୁ ନେଇ ଅସନ୍ତୋଷ ଅଛନ୍ତି ପରିବାର ଲୋକ। ନିଜ ମା’ର ସିବିଆଇ ତଦନ୍ତ ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସୋନାଲି ଫୋଗଟ୍‌ଙ୍କ ଝିଅ। ଗତମାସରେ ଗୋଆରେ ସୋନାଲି ଫୋଗଟଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାର ଗୋଆ ପୁଲିସ ତଦନ୍ତ କରୁଛି । ତେବେ ଗୋଆ ପୁଲିସର ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୋନାଲିଙ୍କ ପରିବାର ଲୋକ। ସିବିଆଇ ତଦନ୍ତ ଦାବି କରି ତାଙ୍କ ଝିଅ ଯଶୋଧରା ଫୋଗଟ୍ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହି ମାମଲା ଗୋଆ ପୁଲିସ ଠାରୁ ସିବିଆକୁ ହସ୍ତାନ୍ତର କରାଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଗୋଆ ପୁଲିସ ଏହି ମାମଲାର ଉଚିତ୍ ତଦନ୍ତ କରୁନାହିଁ ବୋଲି ପରିବାର ଲୋକ ଅଭିଯୋଗ କରି ବାରମ୍ବାର ସିବିଆଇ ତଦନ୍ତ ଦାବି କରୁଛନ୍ତି। ପୁଲିସ ଉପରେ ରାଜନୈତିକ ଚାପ ରହିଥିବା ପୂର୍ବରୁ ପରିବାର ଲୋକେ ଅଭିଯୋଗ କରି ସାରିଛନ୍ତି। ସୋନାଲି ଫୋଗଟଙ୍କ ବ୍ୟକ୍ତିଗତ ସହାୟକ ସୁଧୀର ଏବଂ ସୁଖବିନ୍ଦରଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ପୁଲିସ ପଚରାଉଚରା ବେଳେ ସୋନାଲିଙ୍କୁ ଡ୍ରଗ୍ସର ଅଓଭର ଡୋଜ୍‌ ଦିଆଯାଇଥିବା କଥା ମଧ୍ୟ ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୨୩ ତାରିଖରେ ଗୋଆର କର୍ଲିଜ ରେଷ୍ଟୁରାଣ୍ଟରେ ସୋନାଲିଙ୍କର ମୃତ୍ୟୁ ହୋଇଥିଲା। ପ୍ରଥମେ ହୃଦ୍‌ଘାତ ଓ ତା’ପରେ ତାଙ୍କୁ ହତ୍ୟା କରାଯାଇଥିବା କଥା ସାମ୍ନାକୁ ଆସିଥିଲ। ଗୋଆର ଅଞ୍ଜୁନା ଥାନା ପୁଲିସ ଏହି ମାମଲାର ତଦନ୍ତ କରୁଛି। ପୁଲିସ ଏହି ମାମଲରେ ୫ଜଣଙ୍କୁ ଗିରଫ କରିଛି । 

Show More

Related Articles

Back to top button