ଓଡ଼ିଶାଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଆଜି ଓଡିଶା ଫେରିବେ ମୁଖ୍ୟମନ୍ତ୍ରୀ : ନବୀନଙ୍କ ସ୍ୱାଗତ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର : ଆଜି ଓଡିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ଜୀବନବ୍ୟାପୀ ସାଧନା ସମ୍ମାନ ପାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପୂର୍ବାହ୍ନ ୧୧.୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ସମ୍ୱର୍ଦ୍ଧନା ପାଇଁ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନର ବ୍ୟବସ୍ଥା କରାଯାଇଛି। ବିଜେଡିର ଏହି ସ୍ୱାଗତ ଉତ୍ସବ କାର୍ଯ୍ୟକ୍ରମରେ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଥିବାରୁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଇନଶୃଙ୍ଖଳା ଦାୟିତ୍ୱରେ ୮ ଡିସିପିଙ୍କ ସହ ୧୬ ଏସିପି ଏବଂ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଭିଡ଼ ନିୟନ୍ତ୍ରଣ ଲାଗି ସବୁ ଛକରେ ପୁଲିସ ମୃତୟନ ରହିବେ । ସ୍ୱତନ୍ତ୍ର ଟ୍ରାଫିକ୍ ସହ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏପରିକି ଆଜି ବିମାନଯାତ୍ରା କରୁଥିବା ଲୋକଙ୍କୁ ଆଗୁଆ ଏୟାରପୋର୍ଟରେ ପହଞ୍ଚିବାକୁ ସୂଚନା ଦିଆଯାଇଛି। ଅନ୍ୟ ବିମାନରେ ଯିବାକୁ ଥିବା ଯାତ୍ରୀ ୩ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ କୁହାଯାଇଛି। ଅପରପକ୍ଷେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ସ୍ୱାଗତ କାର୍ଯ୍ୟକ୍ରମକୁ ନେଇ ରାଜନୀତି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ମିଳିବା ଗୋଟିଏ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ଓ ବିଜେପି। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟ ସରକାର, କେନ୍ଦ୍ର ସରକାର ନା ଜାତିସଂଘ ଏ ପୁରସ୍କାର କିଏ ଦେଲା ତାହା ଏଯାଏ ସ୍ପଷ୍ଟ ହୋଇନି। ଦିଲ୍ଲୀରେ ଏମିତି ଅନେକ ସଂସ୍ଥା ଅଛନ୍ତି, ଯେଉଁମାନେ ପୁରସ୍କାର ଦେଇଥାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଯାଏ ରାଜ୍ୟ ସରକାର ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇ ପାରିଲେ ନାହିଁ । ୨୨ ବର୍ଷ ଧରି ଶାସନ କଲାପରେ ଶିକ୍ଷକ ଦେଇପାରିଲେ ନାହିଁ କି ଡାକ୍ତର ଦେଇପାରିଲେନି । ତାହା ହେଲେ ଏହା କି ସଫଳତା ବୋଲି ନରସିଂହ ମିଶ୍ର ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେହିପରି ବିଜେପି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ପୁରସ୍କାରକୁ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହିଛନ୍ତି । ଆଉ ମଧ୍ୟ କହିଛନ୍ତି ଯେ, ୨୦୨୪ରେ କିପରି ନିର୍ବାଚନ ଜିତିବେ, ସେଥିଲାଗି ବିଜେଡିର ଏ ପ୍ରସ୍ତୁତି ବୋଲି ସେ କହିଛନ୍ତି ।

Show More

Related Articles

Back to top button