ଓଡ଼ିଶାଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆଜି ଶପଥ ନେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍

ଆଜି ଶପଥ ନେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ । ରାଣୀ ଏଲିଜାବେଥ-୨ ତାଙ୍କ ନାମ ଔପଚାରିକ ଭାବେ ଘୋଷଣା କରି ଶପଥପାଠ କରାଇବେ । ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍‌ଙ୍କୁ ସେ ୨୦,୦୦୦ରୁ ଅଧିକ ଭୋଟ୍‌ରେ ହରାଇଛନ୍ତି । ତୃତୀୟ ମହିଳା ଭାବେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବେ ଟ୍ରସ୍ ।

ଏଥିପାଇଁ ସ୍କଟ୍‌ଲାଣ୍ଡରେ ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହେବ । ଦକ୍ଷିଣପନ୍ଥୀ ଲିଜ୍ ବ୍ରିଟେନର ପ୍ରଧାନମନ୍ତ୍ରୀ ଜନସନ୍‌ଙ୍କ ସ୍ଥାନ ନେବେ । ଲିଜ୍‌ଙ୍କୁ ଦେଶର ଫାୟରବ୍ରାଣ୍ଡ ଲେଡି ଭାବେ ଗଣନା କରାଯାଏ । ଦୁଇମାସ ଧରି ଚାଲିଥିବା ନିର୍ବାଚନରେ ଋଷିଙ୍କ ସହ ତାଙ୍କତର କଡ୍ଡା ଟକ୍କର ହୋଇଥିଲାବେଳେ ପ୍ରଧାନମନ୍ତ୍ରୀ ଆସନ ଜିତିବାରେ ସଫଳ ହୋଇଛନ୍ତି  ।

ଅନ୍ୟପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଲିଜ୍‌ଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ୱରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ।

 

Show More

Related Articles

Back to top button