Breaking PLUSଓଡ଼ିଶାମୁଖ୍ୟ ଖବର

ବରଗଡରେ 8ହଜାରରୁ ଅଧିକ କଫ୍ ସିରଫ୍ ଜବତ, 3 ଗିରଫ

କଫ୍‌ ସିରଫ୍‌ କାରବାରର ବଡ଼ ପର୍ଦ୍ଦାଫାସ କରିଛି ବରଗଡ଼ ପୁଲିସ୍। ୮,୩୮୦ କଫ୍‌ ସିରଫ୍‌ ବୋତଲ ଜବତ କରିବା ସହିତ ପୁଣି ୩ ଜଣଙ୍କୁ ଗିରଫ କରିଛି।

ଗତ ୨୨ ତାରିଖରେ ବରଗଡ଼ ପୁଲିସ ଦ୍ବାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ୭,୮୦୦ ବୋତଲ କଫ୍‌ ସିରଫ୍‌ ଜବତ କରାଯାଇଥିଲା ଏବଂ ୬୦ ଜଣଙ୍କୁ ଗିରଫ କରାଯାଇଥିଲା।

ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ବେଳେ ଏହି କଫ୍‌ ସିରଫ୍‌ ବେପାର ଚେର କଟକକୁ ଲମ୍ବି ଥିବା ଜଣାପଡ଼ିଥିଲା। କଟକରେ ଏକ ଗୋଦାମରେ କଫ୍‌ ସିରଫ୍‌ ଗଚ୍ଛିତ ହୋଇ ରହୁଥିବା ଓ ସେଠାରୁ ବିଭିନ୍ନ ଜିଲ୍ଲାକୁ ଯୋଗାଣ ହେଉଥିବା ଜଣାପଡ଼ିଥିଲା। ତା’ପରେ ବରଗଡ଼ ପୁଲିସ୍‌ର ଏକ ଟିମ୍ କଟକ ଯାଇ ଉକ୍ତ ଗୋଦାମରେ ଚଢ଼ାଉ କରିଥିଲେ।

ସେଠାରୁ ୮,୩୮୦ ବୋତଲ କଫ୍‌ ସିରଫ୍‌ ଜବତ କରିଥିବା ବେଳେ କଟକ ଜିଲ୍ଲା ଚୌଦ୍ୱାର ଥାନା ଚାରବାଟିଆର ସିଦ୍ଧାନ୍ତ କୁମାର ନାୟକ, କଟକ ସହରର ପୂର୍ଣ୍ଣଚନ୍ଦ୍ର ବେହେରା ଓ ବରଗଡ଼ର ଲକ୍ଷ୍ମୀଧର ବେହେରାଙ୍କୁ ଗିରଫ କରିଥିଲା।

Show More

Related Articles

Back to top button