Breaking PLUSଓଡ଼ିଶାମୁଖ୍ୟ ଖବର

କଳାପାହାଡ଼ମାନେ ଗଣତନ୍ତ୍ରକୁ କବଳିତ କରୁଛନ୍ତି: ପ୍ରଦୀପ ପାଣିଗ୍ରାହୀ

୫-ଟି ସଚିବଙ୍କ ରାଜନୈତିକ ଆରୋପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, ଓଡ଼ିଶାରେ ରାଜନୈତିକ ମାନସିକତାରେ ପରିବର୍ତ୍ତନ ଆସିଛି। କ୍ରୀତଦାସ ପ୍ରଥା ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି। ବିଜୁ ପଟ୍ଟନାୟକଙ୍କ ପୁଅଙ୍କ ନେତୃତ୍ୱରେ ଓଡ଼ିଶାରେ ରାଜନୈତିକ କ୍ରୀତଦାସ ବ୍ୟବସ୍ଥା ବଢ଼ିବା ପାଇଁ ଯାଉଛି।

ରାଜ୍ୟରେ ବର୍ତ୍ତମାନ ରାଜନୈତିକ ପରିବର୍ତ୍ତନ ଆସିଛି। ରାଜନେତାମାନେ କ୍ରୀତଦାସ ହେବା, କ୍ରୀତଦାସ ପ୍ରଥା ନେଇ ନିରବ ରହିବା, ସ୍ଥାଣୁ ହେବା ଓ ଅପଙ୍ଗ ହେବା ଓଡ଼ିଆ ସ୍ୱାଭିମାନ ଜାତି ଏକ ଅଭିଶାପ।

କଳାପାହାଡ଼ମାନେ ଗଣତନ୍ତ୍ରକୁ କବଳିତ କରିବା ପାଇଁ ଯେଉଁ ଚେଷ୍ଟା କରୁଛନ୍ତି ତାକୁ ମୁଁ ନିନ୍ଦା କରୁଛି। ସମାଜର ସମସ୍ତ ବୁଦ୍ଧିଜୀବୀଙ୍କୁ ଅନୁରୋଧ କରୁଛି ଯାହା ସତ ସମସ୍ତେ ସାମ୍ନାକୁ ଆସି କୁହନ୍ତୁ। ଏହି ବ୍ୟବସ୍ଥାକୁ ସଫଳ ହେବା ପାଇଁ ଦିଅନ୍ତୁ ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ବି ଟିପ୍ପଣୀ ଦେଇ କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ପୁଅ ନିରବ ବସିବ ଶାସନ ଆଉ କିଏ ଚଳାଇବ। ତାଙ୍କ ଭଉଣୀ ଓ ଭାଇ ଦିଲ୍ଲୀରେ ବସିବେ। ବିଜୁ ପଟ୍ଟନାୟକଙ୍କ ପରିବାରର ପ୍ରତି ଅପମାନ ହେବ ତାକୁ ଆମେ କେମିତି ସହିବୁ।

Show More

Related Articles

Back to top button