Breaking PLUSଓଡ଼ିଶାମୁଖ୍ୟ ଖବର

ମୋବାଇଲ୍ ଲୁଟେରା ଗିରଫ

6ଟି ମୋବାଇଲ୍ ଓ ବାଇକ୍ ଜବତ

ପୁଲିସ ହାତରେ ଧରାପଡ଼ିଲେ ଦୁଇ ମୋବାଇଲ ଲୁଟେରା। ସେକ୍ଟର-୭ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ପାଖରୁ ବିଭିନ୍ନ କମ୍ପାନିର ୬ଟି ମୋବାଇଲ୍‌ ଓ ଗୋଟିଏ ବାଇକ୍‌ ଜବତ କରିଛି ପୋଲିସ ।

ସେକ୍ଟର-୭ ପୁଲିସ ଥାନା ଅନ୍ତର୍ଗତ ଭିଏସ୍‌ଏସ୍‌ପାଲିରେ ଆର୍‌ଏସ୍‌ପି କର୍ମଚାରୀ ଶଙ୍କର ତାଣ୍ଡି ନିଜ ପରିବାର ସହ ବାସ କରନ୍ତି। ଶନିବାର ମଧ୍ୟାହ୍ନ ପ୍ରାୟ ଅଢ଼େଇଟାରେ ଶଙ୍କର ଅର୍‌ଏସ୍‌ପିରୁ ଡ୍ୟୁଟି ସାରି ଘରକୁ ଫେରୁଥିଲେ। ତାଙ୍କ ମୋବାଇଲକୁ ଫୋନ୍‌ ଆସିବାରୁ ସେ ସେକ୍ଟର-୬ସ୍ଥ ଏନ୍‌ଏସି ଏସ୍‌ଟି ସ୍କୁଲ ସମ୍ମୁଖରେ ଛିଡ଼ା ହୋଇ କଥା ହେଉଥିଲେ। ଏତିକିବେଳେ ଦୁଇ ଅଭିଯୁକ୍ତ ମୋବାଇଳ୍‌ରେ ଆସି ତାଙ୍କ ମୋବାଇଲକୁ ଲୁଟି ନେଇ ଫେରାର ହୋଇଯାଇଥିଲେ। ଏନେଇ ସେକ୍ଟର-୭ ଥାନାରେ ଏତଲା ହେବାପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ପରେ ଅଭିଯୁକ୍ତଦ୍ବୟଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

Show More

Related Articles

Back to top button