Breaking PLUSଓଡ଼ିଶାମୁଖ୍ୟ ଖବର

ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ହେଉଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ-ସିଭୋଟର ମୁଡ୍ ଅଫ ଦି ନେସନ ସର୍ଭେରୁ ଏହା ଜଣାପଡ଼ିଛି । ୨୦୨୩ ଜୁଲାଇ ୧୫ରୁ ୨୦୨୩ ଅଗଷ୍ଟ ୧୪ ମଧ୍ୟରେ କରାଯାଇଥିବା ଜନମତ ସର୍ଭେରୁ ଏହି ଫଳାଫଳ ଆସିଛି।

ଏହି ସର୍ଭେ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଥିବା ବେଳେ ତାଙ୍କ ପ୍ରତି ରାଜ୍ୟର ୬୧.୩ ପ୍ରତିଶତ ଲୋକଙ୍କ ସମର୍ଥନ ରହିଛି। ତେବେ ଅଗଷ୍ଟ ୨୦୨୨ରେ ହୋଇଥିବା ମୁଡ ଅଫ ନେସନ ସର୍ଭେରେ ୭୮.୧ ପ୍ରତିଶତ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପସନ୍ଦ କରିଥିଲେ । ଏହାପରେ ୨୦୨୩ ଜାନୁଆରୀରେ ତାଙ୍କୁ ୭୩.୨ ପ୍ରତିଶତ ଭୋଟ୍ ମିଳିଥିଲା। ଏବେ ଏହି ସଂଖ୍ୟା ଆହୁରି ହ୍ରାସ ପାଇଛି। ତେବେ ଏହା ପରେ ମଧ୍ୟ ସେ ହେଉଛନ୍ତି ନିଜ ରାଜ୍ୟରେ ସବୁଠାରୁ ପସନ୍ଦର ମୁଖ୍ୟମନ୍ତ୍ରୀ ବିକଳ୍ପ ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ବର୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୃତୀୟ ସ୍ଥାନରେ ରହିଛନ୍ତି।

Show More

Related Articles

Back to top button