Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ମଦୁରାଇ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ

ଟ୍ରେନରେ ନିଆଁ ଲାଗି 10 ମୃତ, 20 ଆହତ

ତାମିଲନାଡୁର ମଦୁରାଇ ରେଳ ଷ୍ଟେସନରେ ଶନିବାର ଏକ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ରେଳବାଇ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛି। ମଦୁରାଇ ୟାର୍ଡରେ ଟ୍ରେନ୍ ପାର୍କିଂ ହୋଇଥିବା ବେଳେ ଭୋର ପ୍ରାୟ ୫ଟା ୧୫ମିନିଟ୍‌ରେ ଏକ ଘରୋଇ ପାର୍ଟି କୋଚ୍ ଭିତରେ ଅଗ୍ନିକାଣ୍ଡ ଘଟିଥିଲା। ତୁରନ୍ତ ଦମକଳ ବାହିନୀ ଡକାଯାଇ ସକାଳ ପ୍ରାୟ ୭ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିବାରୁ ଟ୍ରେନ୍‌ର ଆଖପାଖ ବଗିଗୁଡ଼ିକରେ କୌଣସି କ୍ଷୟକ୍ଷତି ହୋଇନଥିଲା।

ଅଗ୍ନିକାଣ୍ଡରେ ପୋଡ଼ି ଯାଇଥିବା ଏହି ବଗିରେ ଲକ୍ଷ୍ନୌରୁ ପ୍ରାୟ ୬୫ ଜଣ ଯାତ୍ରୀ ଥିଲେ। ବଗିଟି ୟାର୍ଡରେ ପାର୍କିଂ ହୋଇଥିବା ବେଳେ କିଛି ଯାତ୍ରୀ ବେଆଇନ ଭାବେ ରନ୍ଧନ ଗ୍ୟାସ ସିଲିଣ୍ଡର ବ୍ୟବହାର କରି ଚା’ ଓ ଜଳଖିଆ ପ୍ରସ୍ତୁତ କରୁଥିଲେ, ଯାହା ନିଆଁ ଲାଗିବାର କାରଣ ବୋଲି ଅଭିଯୋଗ ହୋଇଛି।

Show More

Related Articles

Back to top button