Breaking PLUSଦେଶମୁଖ୍ୟ ଖବର

ସ୍ୱଚ୍ଛତା ସେବା ଅଭିଯାନରେ ଯୋଡି ହେଲେ ଅନୁରାଗ ଠାକୁର

ବାଲ୍ମିକୀ ମନ୍ଦିରରେ କଲେ ଶ୍ରମଦାନ

ନୂଆଦିଲ୍ଲୀ, 17 ଜାନୁୟାରୀ – କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛତା ସେବା ଅଭିଯାନରେ ଦିଲ୍ଲୀ ସ୍ଥିତ ବାଲ୍ମିକୀ ମନ୍ଦିର ପରିସରରେ ଶ୍ରମଦାନ କରିଛନ୍ତି । ଅନୁରାଗ ଠାକୁର କହିଛନ୍ତି ଯେ, ମହର୍ଷି ବାଲ୍ମିକୀଙ୍କ ପୂଜାର୍ଚ୍ଚନା କରି ଦିଲ୍ଲୀ ଏବଂ ଦେଶର ଖୁସି ପାଇଁ ପ୍ରାର୍ଥନା କରିଛି । ଏହି ଅବସରରେ ଦିଲ୍ଲୀର ବିଜେପି ସଭାପତି ବୀରେନ୍ଦ୍ର ସଚଦେବାଙ୍କ ସହିତ ଅନେକ ବିଜେପି ନେତା ସାମିଲ ହୋଇଥିଲେ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ପୂରା ଦେଶରେ ଉତ୍ସାହ ଲାଗିରହିଛି । ଭଗବାନ ଶ୍ରୀରାମଙ୍କ ଆଗମନର ଖୁସି ଓ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ପୂରା ଦେଶ ମରାମମୟ ହୋଇ ତାଙ୍କ ସ୍ୱାଗତ ପାଇଁ ମନ୍ଦିରର ସଫା ସୁତୁରା କରୁଛି । ଏହାକୁ ଅନୁକରଣ କରି ବାଲ୍ମିକୀ ମନ୍ଦିରରେ ସଫେଇ କରିଛି ।

Show More

Related Articles

Back to top button