Breaking PLUSଦେଶମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ଯୋଗୀ କୋଲକାତାରୁ ଅଯୋଧ୍ୟା ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟର କଲେ ଶୁଭାରମ୍ଭ

ଲକ୍ଷ୍ନୌ, 17 ଜାନୁୟାରୀ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର କୋଲକାତାରୁ ଅଯୋଧ୍ୟା ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ
ଫ୍ଲାଇଟ ଶୁଭାରମ୍ଭ କରିଛନ୍ତି । ଲକ୍ଷ୍ନୌରେ ନିଜର ସରକାରୀ ବାସଭବନରେ ଭିସି ଜରିଆରେ କାର୍ଯ୍ୟକ୍ରମରେ ଯୋଡି ହୋଇ ମୁଖ୍ୟମନ୍ତ୍ରୀ ଯୋଗୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ, ଅଯୋଧ୍ୟା ଆଗାମୀ ଦିନରେ ଦେଶ ଓ ଦୁନିଆରେ ଟୁରିଷ୍ଟ ଡେଷ୍ଟିନେସନ ପାଇଁ ପ୍ରମୁଖ ସହର ହେବାକୁ ଯାଉଛି । ଅଯୋଧ୍ୟାରେ ସ୍ଥାନୀୟ ଶ୍ରଦ୍ଧାଳଙ୍କ ସଂଖ୍ୟା ବହୁତ କିନ୍ତୁ ପୂରା ଦେଶରେ ଯେପରି ଭାବେ ଆତୁରତା ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଆଗମନକୁ ସୁଲଭ କରିବା ନିମନ୍ତେ ଆମେ ଦାୟିତ୍ୱ ତୁଲାଉଛୁ । ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର କାର୍ଯ୍ୟ ବେଶ୍ ପ୍ରଶଂସନୀୟ ।

Show More

Related Articles

Back to top button