Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀରେ ବିମାନ ଓ ରେଳ ସେବା ଉପରେ କୁହୁଡିର ପ୍ରଭାବ, 120 ଉଡାଣ ପ୍ରଭାବିତ

ନୂଆଦିଲ୍ଲୀ, 17 ଜାନୁୟାରୀ – ଉତ୍ତର ଭାରତରେ ଶୀତଲହର ଲାଗିରହିଛି । ଦିଲ୍ଲୀ-ଏନସିଆରର ଲୋକେ ଭୀଷଣ ଶୀତ ଯୋଗୁ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗରେ ଆଜି ସକାଳେ ସର୍ବନିମ୍ନ ତାପମାତ୍ରା 5.7 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଦିଲ୍ଲୀ ଏୟାରପୋର୍ଟରେ ଘନ କୁହୁଡି କାରଣରୁ ବିମାନ ଚଳାଚଳରେ ବିଳମ୍ବ ନେଇ ସୂଚନା ଦିଆଯାଇଛି ।
ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ଆଗମନ ଓ ପ୍ରସ୍ଥାନ ସହିତ ପାଖାପାଖି 120 ଉଡାଣ ପ୍ରଭାବିତ ହୋଇଛି । 21 ଘରୋଇ ଆଗମନ, 16 ଘରୋଇ ପ୍ରସ୍ଥାନ, 13 ଅନ୍ତର୍ଜାତୀୟ ପରସ୍ଥାନ ଓ 3 ଅନ୍ତର୍ଜାତୀୟ ଆଗମନ ସହିତ ପ୍ରାୟ 33ଉଡାଣ ଓ ଅନ୍ୟ ପରିଚାଳନ କାରଣରୁ ଦିଲ୍ଲୀ ଏୟାରପୋର୍ଟରୁ ରଦ୍ଦ କରାଯାଇଛି ।
ସେହିପରି ରେଲୱେ ଅଧିକାରୀଙ୍କ ଅନୁସାରେ ଦିଲ୍ଲୀ ପହଞ୍ଚିବାକୁ ଥିବା 20ଟି ଟ୍ରେନ କୁହୁଡି କାରଣରୁ ବିଳମ୍ବରେ ଚାଲୁଛି । ଏହାରି ଭିତରେ କର୍ତ୍ତବ୍ୟପଥରେ ଗଣତନ୍ତ୍ର ଦିବସ ପରେଡର ରିହର୍ସଲ ଜାରି ରହିଛି ।

Show More

Related Articles

Back to top button