Breaking PLUSଦେଶମୁଖ୍ୟ ଖବର

ଆସାମରେ ଭୂକମ୍ପ ଝଟ୍‌କା, ତୀବ୍ରତା 3.5

ଦରଙ୍ଗ, 17 ଜାନୁୟାରୀ – ଆସାମର ଦରଙ୍ଗ ଜିଲ୍ଲାରେ ବୁଧବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି । ସକାଳ 7.54 ମିନିଟ 52 ସେକେଣ୍ଡରେ 3.5 ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ଚାଲିଆସିଥିଲେ । କିଛି ସମୟ ପର୍ଯ୍ୟନ୍ତ ଲୋକେ ଭୟଭୀତ ହୋଇ ରହିଥିଲେ । ଏହାର କେନ୍ଦ୍ର ଦରଙ୍ଗ ଜିଲ୍ଲାରେ ଭୂମିରୁ 20 କିଲୋମିଟର ତଳେ ଥିବା ସୂଚନା ମିଳିଛି । ଭୂକମ୍ପର ଏପି ସେଣ୍ଟର 26.55 ଉତ୍ତର ଅକ୍ଷାଂଶ ତଥା 92.13 ପୂର୍ବ ଦେଶାନ୍ତରରେ ଥିବା ଜଣାପଡିଛି ।

Show More

Related Articles

Back to top button