Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ପୁଣି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନା ପଜିଟିଭ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ କରୋନା ପଜିଟିଭ ହୋଇଛନ୍ତି। ଗତ ଦୁଇ ଦିନ ଧରି ନୀତୀଶ କୁମାର ଜ୍ୱରରେ ପୀଡିତ ଥିଲେ। କରୋନା ପରୀକ୍ଷା ଟେଷ୍ଟ କରିବା ପରେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ମୁଖ୍ୟମନ୍ତ୍ରୀ ଆଇସୋଲେସନରେ ଅଛନ୍ତି। ତାଙ୍କୁ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏଥି ସହିତ ଗତ ଦୁଇ-ତିନି ଦିନ ମଧ୍ୟରେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମଧ୍ୟ କରୋନା ଟେଷ୍ଟ କରିବା ଉଚିତ ବୋଲି କୁହାଯାଇଛି। ନୀତୀଶ କୁମାର ଏହା ପୂର୍ବରୁ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ। ଗତ ଜାନୁଆରୀ ୧୦ରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

Show More

Related Articles

Back to top button