Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଦେଶ ପାଳନ କରୁଛି ଆଜି କାର୍ଗିଲ ବିଜୟ ଦିବସ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିକୁ ଠିକ ୨୨ ବର୍ଷ ତଳେ ଏସିଆ ମହାଦେଶର ଦୁଇ ପାରମ୍ପରିକ ଶତ୍ରୁ ଭାରତ-ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା । ଆଜିର ଦିନରେ କାର୍ଗିଲର ଉଚ୍ଚ ପାହାଡ ଶୀର୍ଷରେ ଫରଫର ହୋଇ ଉଡିଥିଲା ତ୍ରିରଙ୍ଗା ପତାକା । ୧୯୯୯ କାର୍ଗିଲ ଯୁଦ୍ଧ ଭାରତ ଇତିହାସରେ ନୂଆ ଇତିହାସ ସୃଷ୍ଟି କରିଥିଲା । ଶୁଭିଥିଲା ଭାରତ ମାତା କି ଜୟ । ସେହି ଦିନକୁ ମନେ ପକାଇ କର୍ଗିଲ ବିଜୟ ଦିବସ ପାଳୁଛି ଦେଶ । ଏ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ କରି ରାଷ୍ଟ୍ରପତି କହିଛନ୍ତି, “କାର୍ଗିଲ ବିଜୟ ଦିବସ ଆମର ଶସ୍ତ୍ର ବାହିନୀର ଅସାଧାରଣ ବୀରତ୍ୱ, ପରାକ୍ରମ ଏବଂ ନିଷ୍ଠାର ପ୍ରତୀକ । ସମସ୍ତ ସାହସୀ ସେନାଙ୍କୁ ପ୍ରଣାମ ଜଣାଇଛନ୍ତି ରାଷ୍ଟ୍ରପତି । ଏହା ସହ ଭାରତ ମାତାର ସୁରକ୍ଷା ପାଇଁ ଜୀବନ ଦେଇଥିବା ସେନା ଓ ସେମାନଙ୍କ ପରିବାର ନିକଟରେ ଦେଶବାସୀ ସର୍ବଦା ଋଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ରେ ଲେଖିଛନ୍ତି, “କାର୍ଗିଲ ବିଜୟ ଦିବସ ଭାରତମାତାର ଗର୍ବ ଏବଂ ଗୌରବର ପ୍ରତୀକ । ଏହି ଅବସରରେ, ଦେଶର ସମସ୍ତ ସାହସୀ ପୁତ୍ରମାନଙ୍କୁ ମୋର ନମସ୍କାର, ଯେଉଁମାନେ ମାତୃଭୂମିର ପ୍ରତିରକ୍ଷା କ୍ଷେତ୍ରରେ ନିଜର ବୀରତ୍ୱ ଦେଖାଇଛନ୍ତି ।

Show More

Related Articles

Back to top button