Breaking PLUSଦେଶମୁଖ୍ୟ ଖବର

କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ବଡ ଭଉଣୀଙ୍କର ବିୟୋଗ

ଅହମଦାବାଦ, 15 ଜାନୁୟାରୀ – କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ ଭଉଣୀ ରାଜେଶ୍ୱରୀ ଶାହଙ୍କ 65 ବର୍ଷ ବୟସରେ ସୋମବାର ଦିନ ମୁମ୍ବାଇର ହସ୍ପିଟାଲରେ ବିୟୋଗ ହୋଇଛି । ତାଙ୍କ ପାର୍ଥିକ ଶରୀର ଅହମଦାବାଦ ଅଣାଯାଇଛି । କେନ୍ଦ୍ରମନ୍ତ୍ରୀ ଗୁଜରାଟ ବଦଳରେ ଅହମଦାବାଦରେ ଭଉଣୀଙ୍କ ଘରେ ପହଞ୍ଚିଛନ୍ତି । ସୋମବାର ବନରସକାଂଠା ଓ ଗାନ୍ଧିନଗରରେ ହେବାକୁ ଥିବା କେନ୍ଦ୍ରମନ୍ତ୍ରୀ ଗୃହମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।
ଅମିତ ଶାହଙ୍କ ବଡ ଭଉଣୀ ଦୀର୍ଘ ସମୟ ଧରି ଫୁସଫୁସଜନିତ ରୋଗରେ ପୀଡିତ ଥିଲେ । ମାସକ ପୂର୍ବରୁ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ ଅଣାଯାଇଥିଲା ।

Show More

Related Articles

Back to top button