Breaking PLUSଦେଶମୁଖ୍ୟ ଖବର

ଇରାନ ସହରୀ ବିକାଶ ମନ୍ତ୍ରୀଙ୍କ ସହ ଚାବହାର ପୋର୍ଟ ଓ ଉତ୍ତର-ଦକ୍ଷିଣ ପରିବହନ କରିଡର ଉପରେ ଆଲୋଚନା କଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ, 15 ଜାନୁୟାରୀ – ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ.ଜୟଶଙ୍କର ଇରାନ ଗସ୍ତରେ ଅଛନ୍ତି । ଡକ୍ଟର ଜୟଶଙ୍କର ସୋମବାର ଇରାନର ସଡକ ଏବଂ ସହରୀ ବିକାଶ ମନ୍ତ୍ରୀ ମେହରଦାଦ ବଜରପାଶଙ୍କ ସହିତ ଉତ୍ତର-ଦକ୍ଷିଣ ପରିବହନ କରିଡର ଏବଂ ଚାବହାର ପୋର୍ଟ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଏନେଇ ବୈଦେଶିକ ମନ୍ତ୍ରୀ ସୋସିଆଲ ମିଡିଆ ପୋଷ୍ଟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ତେହରିନରେ ନିଜର କାର୍ଯ୍ୟକ୍ରମର ଆରମ୍ଭ ସଡକ ଏବଂ ସହରୀ ବିକାଶ ମନ୍ତ୍ରୀଙ୍କ ସାକ୍ଷାତରୁ ଆରମ୍ଭ ହୋଇଛି । ମନ୍ତ୍ରୀଙ୍କ ସହ ଚାବହାର ବନ୍ଦର ସମ୍ପର୍କରେ ଦୀର୍ଘକାଳୀନ ସହଯୋଗ ଢାଞ୍ଚା ସ୍ଥାପିତ କରିବା ଉପରେ ବିସ୍ତୃତ ଓ ସାର୍ଥକ ଭାବେ ଚର୍ଚ୍ଚା ହୋଇଛି । ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର ଉପରେ ମଧ୍ୟ ବିଚାରର ଆଦାନ-ପ୍ରଦାନ କରିଛନ୍ତି । ବୈଦେଶିକ ମନ୍ତ୍ରୀ ଏଠାରେ ଶୀର୍ଷ ନେତୃତ୍ୱଙ୍କୁ ସାକ୍ଷାତ କରିବେ ।

Show More

Related Articles

Back to top button