Breaking PLUSଦେଶମୁଖ୍ୟ ଖବର

ଜାନୁୟାରୀ 19ରେ ସୀମା କ୍ଷେତ୍ରରେ ବିଆରଓ ଯବାନଙ୍କୁ ଭେଟି ବିଭିନ୍ନ ଯୋଜନାର ଲୋକାର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ

ଗୋପେଶ୍ୱର, 15 ଜାନୁୟାରୀ – କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଜାନୁୟାରୀ 19ରେ ଜନପଦ ଚମୋଲିର ସୀମାନ୍ତ ଅଞ୍ଚଳରେ ଜୋଶୀମଠ-ଢାକରେ ପହଞ୍ଚି ସୀମା ସଡକ ସଙ୍ଗଠନର ଯବାନଙ୍କୁ ଭେଟିବେ ଏବଂ ବିଭିନ୍ନ ବିକାଶମୂଳକ ଯୋଜନାର ଲୋକାର୍ପଣ କରିବେ ।
ପ୍ରତିରକ୍ଷା ମନ୍ତ୍ରୀ ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲାଧିକାରୀ ହିଂମାଶୁ ଖୁରାନା ସୋମବାର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସାହ ବୈଠକ କରି ସମସ୍ତ ବ୍ୟବସ୍ଥାର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାଧିକାରୀ କହିଛନ୍ତି ଯେ, ଜୋଶୀମଠ ଆର୍ମି ହେଲିପ୍ୟାଡ ସହିତ ଗୌଚର ଏୟାର ଷ୍ଟ୍ରିପରେ ଲ୍ୟାଣ୍ଡିଂ ପାଇଁ ବ୍ୟବସ୍ଥା କରାଯିବ । କାର୍ଯ୍ୟକ୍ରମ ସ୍ଥଳରେ ଚିକିତ୍ସା ସୁବିଧା, ବିଦ୍ୟୁତ, ପାନୀୟ ଜଳ ଯୋଗାଣ ସହିତ ଯାତାୟତ ଓ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯିବ ।

Show More

Related Articles

Back to top button