ବାଣିଜ୍ୟ

ବଢିଲା ଗ୍ୟାସ୍ ଦର

ଜାଣନ୍ତୁ କେତେ ହେଲା ଦାମ୍ ?

ଦେଶରେ ପୁଣି ବଢିଛି ଗ୍ୟାସ ସିଲିଣ୍ଡର ଦାମ୍ । ଉଭୟ ଘରୋଇ ଓ ସମର୍ସିଆଲ ବା ବାଣିଜ୍ୟିକ ଗ୍ୟାସ୍ ଦର ବୃଦ୍ଧି ପାଉଛି । ଯାହା ଖାଉଟିଙ୍କୁ ଏକ ବଡ ଝଟ୍‌କା ବୋଲି କୁହାଯାଉଛି । ରିପୋର୍ଟ ଅନୁସାରେ, ଗୁରୁବାର ଗ୍ୟାସ ଦର ବଢିଛି । ଘରୋଇ ଗ୍ୟାସ ଦର ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ସେହିପରି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦାମ ୮ ଟଙ୍କା ବଢିଛି । ଫଳରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦର ୧୦୦୦ ଟଙ୍କା ଟପିଛି ।

ତେତେ ହେବ ନୂଆ ଦାମ୍

ବର୍ଦ୍ଧିତ ଦରକୁ ବିଚାରକୁ ନେଲେ ଘରୋଇ ସିଲିଣ୍ଡର କିଣିବାକୁ ଏବେ ୧୦୦୩ ଟଙ୍କା ଗଣିବାକୁ ପଡିବ । ଦିଲ୍ଲୀରେ ଏବେ ଘରୋଇ ସିଲିଣ୍ଡର ଦାମ୍ ୧୦୦୩ ଟଙ୍କା ଛୁଇଁଛି । କୋଲକାତାରେ ଏହି ଦର ୧୦୨୯ରେ ପହଁଚିଯାଇଛି ।ଚେନ୍ନାଇରେ ସିଲିଣ୍ଡର ଦାମ୍ ୧୦୧୮ ଟଙ୍କା ହୋଇଯାଇଛି ।

କମର୍ସିଆଲ ସିଲିଣ୍ଡର ଦାମ୍ ବି ବଢିଛି

ନୂଆଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡର ଦାମ୍ ୨୩୫୪ ଟଙ୍କା ହୋଇଯାଇଛି । କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ଦର ଯଥାକ୍ରମେ ୨୪୫୪, ୨୩୦୬, ୨୫୦୭ ରହିଛି । ଏହାପୂର୍ବରୁ ମେ ୭ ତାରିଖରେ କମର୍ସିଆଲ ଏଲପିଜି ଦାମ୍ ୧୦ ଟଙ୍କା କମିଥିଲା । କିନ୍ତୁ ୮ ତାରିଖରେ ଘରୋଇ ଗ୍ୟାସ୍ ଦାମ୍ ୫୦ ଟଙ୍କା ବଢିଥିଲା । ସେହିପରି ମେ ୧ ତାରିଖରେ ମଧ୍ୟ ଏଲପିଜି ଦାମ୍ ୧୦୨ ଟଙ୍କା ବୃଦ୍ଧି କରାଯାଇଥିଲା । ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଉପରେ ଏହି ଦାମ୍ ବୃଦ୍ଧି ହୋଇଥିଲା ।

Show More

Related Articles

Back to top button