ବାଣିଜ୍ୟ

ରେଳ କର୍ମଚାରୀ ପାଇବେ ଦ୍ବିଗୁଣ ଫାଇଦା, ୧୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଲଗାତର ମହଙ୍ଗା ମାଡର ସମ୍ମୁଖୀନ ହେଉଥିବା ରେଳ କର୍ମଚାରୀଙ୍କୁ ସରକାରଙ୍କ ତରଫରୁ ବଡ ଉପହାର ପ୍ରଦାନ କରାଯାଇଛି । ରେଲୱେ ବୋର୍ଡ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୧୪ ପ୍ରତିଶତ ବୃଦ୍ଧି କରିଛନ୍ତି ।

ମହଙ୍ଗା ଭତ୍ତା ବୃଦ୍ଧି ଦୁଇଥର ଆଧାରରେ କରାଯାଇଛି । ଯେଉଁ କର୍ମଚାରୀଙ୍କ ଉପରେ ମହଙ୍ଗା ଭତ୍ତା ବୃଦ୍ଧି ଲାଗୁ ହେବ ସେମାନଙ୍କୁ ୧୦ମାସର ବକେୟା ମଧ୍ୟ ଦିଆଯିବାକୁ କୁହାଯାଇଛି । ରେଲଓ୍ବେ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ୭-୭ ପ୍ରତିଶତର ଦୁଇ ଭାଗରେ ଏହି ମହଙ୍ଗା ଭତ୍ତା ବୃଦ୍ଧି ସେହିମାନଙ୍କ ପାଇଁ ଲାଗୁ କରାଯାଇଛି ଯେଉଁ କର୍ମଚାରୀ ୬ଷ୍ଠ ବେତନ ପେ’ କମିଶନ ଅଧିନରେ କାମ କରୁଛନ୍ତି । ମହଙ୍ଗା ଭତ୍ତା ୧ ଜୁଲାଇ ୨୦୨୧ରୁ ୭ ପ୍ରତିଶତ ଏବଂ ୧ ଜାନୁଆରୀ ୨୦୨୨ରୁ ୭ ପ୍ରତିଶତ ବୃଦ୍ଧି କରାଯାଇଛି । ବର୍ତ୍ତମାନ ୬ଷ୍ଠ ବେତନ କମିଶନ ଅଧିନରେ ବେତନ ପାଉଥିବା କର୍ମଚାରୀମାନଙ୍କୁ ୧୮୯ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଛି ।

ଏହି କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ୧ ଜୁଲାଇ ୨୦୨୧ରୁ ୭ ପ୍ରତିଶତ ବୃଦ୍ଧି ପାଇ ୧୯୬ ପ୍ରତିଶତକ ହୋଇଯିବ । ସେହିଭଳି ୧ ଜାନୁଆରୀ ୨୦୨୨ରୁ ୭ ପ୍ରତିଶତ ବୃଦ୍ଧି ପାଇ ୨୦୩ ପ୍ରତିଶତ ହୋଇଯିବ । ଯାହା କର୍ମଚାରୀମାନଙ୍କ ମେ’ ମାସର ଦରମା ୧୦ମାସର ବକେୟା ସହ ମିଳିବ । ରେଲଓ୍ବେ ବୋର୍ଡର ଏହି ନିଷ୍ପତ୍ତି କର୍ମଚାରୀଙ୍କ ପାଇଁ ଦ୍ବିଗୁଣ ଲାଭ ହେବ । ରେଲଓ୍ବେ ବୋର୍ଡ ଅର୍ଥ ନିର୍ଦ୍ଦେଶାଳୟ ଏବଂ ରେଳ ମନ୍ତ୍ରଣାଳୟର ଅନୁମୋଦନ ପରେ ନିଷ୍ପତ୍ତି କାର୍ଯ୍ୟକାରୀ କରିଛି । ଏହା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମାର୍ଚ୍ଚରେ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହାର ଲାଭ ସପ୍ତମ ବେତନ କମିଶନ ଅଧିନରେ ଦରମା ପାଇଥିବା ଲକ୍ଷ ଲକ୍ଷ କର୍ମଚାରୀ ପାଇଥିଲେ ।

Show More

Related Articles

Back to top button