ଦେଶ ବିଦେଶବାଣିଜ୍ୟ

ଭାରତ ପାଇଁ ଆଶ୍ୱସ୍ତିକର ଖବର, ପାମ ଅଏଲ ରପ୍ତାନୀ ଉପରେ ପ୍ରତିବନ୍ଧକ ହଟାଇବାକୁ ଇଣ୍ଡୋନେସିଆର ନିଷ୍ପତ୍ତି

ଦେଶରେ ଖାଇବା ତେଲ ମୂଲ୍ୟରେ ଖୁବଶୀଘ୍ର ହ୍ରାସ ଦେଖିବାକୁ ମିଳିପାରେ । ଇଣ୍ଡୋନେସିଆ ପାମ ଅଏଲ ରପ୍ତାନୀ ଉପରେ ବ୍ୟାନ ଲଗାଇବା ନେଇ ନିଜର ନିଷ୍ପତ୍ତିକୁ ଫେରାଇ ନେବାକୁ ଘୋଷଣା କରିଛି।

ମେ ୨୩ରୁ ପାମ ଅଏଲ ରପ୍ତାନୀ ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ଫେରାଇ ନିଆଯିବ। ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏହି ଘୋଷଣା କରିଛନ୍ତି। ଇଣ୍ଡୋନେସିଆର ଏହି ନିଷ୍ପତ୍ତି ପାମ ଅଏଲ ଉଦ୍ୟୋଗରେ କାମ କରୁଥିବା ୧୭ ମିଲିୟନ ଅର୍ଥାତ ୧.୭୦ କୋଟି ଲୋକଙ୍କ ହିତକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭାରତ ପ୍ରତିବର୍ଷ ପ୍ରାୟ ୧୩ ରୁ ୧୩.୫୦ ମିଲିୟନ ଟନ ଖାଇବା ତେଲ ଆମଦାନୀ କରିଥାଏ। ଏଥିରୁ ୬୩ ପ୍ରତିଶତ ଅର୍ଥାତ ୮ରୁ ୮.୫୦ ମିଲିୟନ ଟନ ପାମ ଅଏଲ ରହିଥାଏ। ଆମଦାନୀ ହେଉଥିବା ୬୩ ପ୍ରତିଶତ ପାମ ଅଏଲ ମଧ୍ୟରୁ ୪୫ ପ୍ରତିଶତ ଇଣ୍ଡୋନେସିଆରୁ ଆମଦାନୀ ହୋଇଥାଏ। ଦରବୃଦ୍ଧି ଯୋଗୁଁ ଦେଶର ତେଲ ଆମଦାନୀ ୧.୫ ମିଲିୟନ ଟନରୁ ହ୍ରାସ ହୋଇ ୧.୩ ମିଲିୟନ ଟନରେ ରହିଛି ।

 

ଏହାପରେ ବି ମହାଙ୍ଗା ମାଡ ଯୋଗୁଁ ୨୦୨୧-୨୨ରେ ଖାଇବା ତେଲ ଆମଦାନୀ ପାଇଁ କେନ୍ଦ୍ର ସରକାରଙ୍କୁ ୧.୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ଏହାର ପୂର୍ବ ବର୍ଷରେ ତେଲ ଆମଦାନୀରେ କେନ୍ଦ୍ର ସରକାରଙ୍କୁ ୮୨,୧୨୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା, ଉଲ୍ଲେଖଯୋଗ୍ୟ ଯେ, ସାରା ବିଶ୍ୱରେ ଖାଇବା ତେଲ ବାବଦରେ ପାମ ଅଏଲର ସବୁଠୁ ଅଧିକ ବ୍ୟବହାର କରାଯାଏ। ବୈଶ୍ୱିକ ତୈଳ ବଜାରରେ ଏହାର ଚାହିଦା ପ୍ରାୟ ୪୦ ପ୍ରତିଶତ। ଏହାପରେ ସୋୟା ତେଲ ୪୨ ପ୍ରତିଶତ ଏବଂ ସୋରିଷ ତେଲର ବ୍ୟବହାର ୧୫ ପ୍ରତିଶତ । ସୂଚନା ଥାଉକି, ଏପ୍ରିଲ ୨୮ରେ ଇନଣ୍ଡୋନେସିଆ ପାମ ଅଏଲର ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପର ପାମ ଅଏଲର ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଏବେ ଇଣ୍ଡୋନେସିଆର ଏହି ନିଷ୍ପତ୍ତି ପରେ ଭାରତକୁ ସବୁଠୁ ବଡ଼ ଆଶ୍ୱସ୍ତି ମିଳିବ।

Show More

Related Articles

Back to top button