ବାଣିଜ୍ୟ

୫ ଦିନ ଖସିବା ପରେ ଉପରମୁହାଁ ସେୟାର ବଜାର

ସେନସେକ୍ସ ୩୭୬ ଅଙ୍କ ମଜବୁତ୍, ନିଫ୍ଟି ୧୭,୨୦୦ ପାର୍

ଲଗାତାର ପାଞ୍ଚ ଦିନ ସେୟାର ବଜାରରେ ହ୍ରାସ ପରେ ମଙ୍ଗଳବାର ନିବେଶକଙ୍କ ପାଇଁ ଆଶ୍ୱସ୍ତିର ଦିନ ଥିଲା । ପ୍ରାରମ୍ଭିକ ହ୍ରାସ ପରେ ବଜାର ସବୁଜ ସଂକେତରେ ବନ୍ଦ ହୋଇଥିଲା । ବୋମ୍ୱେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ସେନସେକ୍ସ ୩୬୭ ଅଙ୍କ ବଢି ୫୭, ୮୫୮ରେ ବନ୍ଦ ହୋଇଥିଲା। ଅନ୍ୟପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ପୁଣି ଥରେ ୧୭,୨୦୦ ଅଙ୍କ ପାର କରିଛି। ନିଫ୍ଟିର ସୂଚକାଙ୍କରେ ୧୨୯ ଅଙ୍କ ବୃଦ୍ଧି ସହ ଏହା ୧୭,୨୮୭ର ସ୍ତରରେ ବନ୍ଦ ହୋଇଛି।

ଏହା ପୂର୍ବରୁ ସେୟାର ବଜାର ଲଗାତାର ଷଷ୍ଠ ଦିନ ପାଇଁ ଲାଲ ସଂକେତରେ ଖୋଲିଥିଲା। ସେନସେକ୍ସ ୮୦୮ ଅଙ୍କ ହ୍ରାସ ସହ ୫୬,୬୮୩ ପଏଣ୍ଟରେ ସହ ଖୋଲିଥିଲା। ସେହିପରି ଏନଏସଇର ନିଫ୍ଟି ସୂଚକାଙ୍କ ୨୩୨ ଅଙ୍କର ହ୍ରାସ ସହ ୧୬,୯୧୭ ପଏଣ୍ଟରେ ବ୍ୟବସାୟ ଆରମ୍ଭ କରିଥିଲା । ବଜାର ଖୋଲିବାର ପ୍ରଥମ ମିନିଟରେ ହିଁ ସେନସେକ୍ସରେ ୧୦୦୧ ଅଙ୍କ ହ୍ରାସ ହୋଇ ୫୬,୪୮୯ ପଏଣ୍ଟରେ ପହଞ୍ଚିଥିଲା। ନିଫ୍ଟି ୨୯୧ ଅଙ୍କ ହ୍ରାସ ସହ ୧୬,୮୫୮ରେ ପହଞ୍ଚିଥିଲା। ସୂଚନାଯୋଗ୍ୟ ଯେ, ଭାରତୀୟ ସେୟାର ବଜାରରେ ଲଗାତାର ପାଞ୍ଚ ଦିନ ଧରି ହ୍ରାସ ଦେଖିଥିଲା । ନିବେଶକ ନିଜର କୋଟି କୋଟି ଟଙ୍କା ହରାଇଥିଲେ।

Show More

Related Articles

Back to top button