ଦେଶ ବିଦେଶବାଣିଜ୍ୟ

ଦୀପାବଳି ପରେ ବଢିପାରେ ପିଆଜ ଦାମ୍

ଡିସେମ୍ୱର ଯାଏଁ ପ୍ରଭାବତି ରହିବ ଦର

ଇନ୍ଧନ, ଖାଇବାତେଲ, ପନିପରିବାର ଦର ବୃଦ୍ଧି ହେଉଥିବା ସମୟରେ ପୁଣି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସୁଛି । ଯଦି ଆଗାମୀ ଦିନରେ ଅଦିନିଆ ବର୍ଷା ନକମେ ତେବେ ପିଆଜ ଦର ପୁଣି ବଢିପାରେ । ଇକୋନୋମିକ୍ସ ଟାଇମର ଏକ ରିପୋର୍ଟ ଅନୁସାରେ ଆସନ୍ତା ଦୀପାବଳି ପର୍ଯ୍ୟନ୍ତ ପିଆଜ ମୂଲ୍ୟ ସ୍ଥିର ରହିବ । କିନ୍ତୁ ଆସନ୍ତା ଦୀପାବଳି ପରେ ପିଆଜ ଦର ବୃଦ୍ଧି ହୋଇପାରେ । ରିପୋର୍ଟରେ ବ୍ୟବସାୟୀମାନଙ୍କ ପକ୍ଷରୁ କୁହାଯାଇଛି ଅଦିନିଆ ବର୍ଷା ଓ ଓଦା ପାଗ ଯୋଗୁଁ ଡିସେମ୍ବର ମାସ ପର୍ଯ୍ୟନ୍ତ ପିଆଜ ଦର ପ୍ରଭାବିତ ହୋଇପାରେ । ସେମାନେ କହିଛନ୍ତି ଯଦି ଆଗାମୀ ଦିନରେ ପାଣି ପାଗ ଖରାପ ହେବା ସହ ବର୍ଷା ଲାଗି ରହିଲା ତେବେ ପିଆଜ ଦର ଆହୁରି ବଢ଼ିବାର ସମ୍ଭାବନା ଅଛି । ଯଦି ପାଗ ଅନୁକୂଳ ରହିଲା ତେବେ ଦୀପାବଳି ପର୍ଯ୍ୟନ୍ତ ଦର ବଢ଼ିବ ନାହିଁ । ଏବେ ଦିଲ୍ଲୀ, ମୁମ୍ବାଇ ଓ ମହାନଗର ଗୁଡ଼ିକରେ ପିଆଜ ଦର କିଲୋ ପ୍ରତି ୬୦ ଟଙ୍କା ପାଖାପାଖି ବିକ୍ରି ହେଉଛି । ବିଗତ କିଛି ମାସ ମଧ୍ୟରେ ପିଆଜ ଦର ବୃଦ୍ଧି ପାଇଛି। ନାସିକ୍ର ଲାସଲଗାଓଁ ବଜାରରେ ପିଆଜର ହାରାହାରି ହୋଲସେଲ ମୂଲ୍ୟ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ୧୪ଟଙ୍କା ୭୫ପଇସା ଥିଲା ।

ଯାହାକି ଏବେ ଅକ୍ଟୋବର ୧୬ ସୁଦ୍ଧା ବଢ଼ି କିଲୋ ପ୍ରତି ୩୩ଟଙ୍କା ୪୦ ପଇସା ହୋଇଛି । ଏହି ବଜାର ଦିଲ୍ଲୀ ପାଇଁ ସବୁଠାରୁ ବଡ଼ ପିଆଜ ଯୋଗାଣକାରୀ ଅଟେ । ସରକାରୀ ପରିସଂଖ୍ୟାନ ରିପୋର୍ଟ : ଖାଦ୍ୟ ସାଧାରଣ ବଣ୍ଟନ ଓ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟର ପରିସଂଖ୍ୟାନରୁ ଜଣା ପଡ଼ିଛି ଯେ ପୂର୍ବ କିଛି ମାସ ଠାରୁ ବର୍ତ୍ତମାନ ପିଆଜ ଓ ବିଲାତିର ଖୁଚୁରା ମୂଲ୍ୟ ବହୁତ ବଢ଼ିଯାଇଛି । ଦିଲ୍ଲୀରେ ପିଆଜ ଦର ସେପ୍ଟେମ୍ବର ମାସରେ ୩୩ ଟଙ୍କା ଥିବାବେଳେ ବର୍ତ୍ତମାନ କିଲୋପିଛା ୪୭ ଟଙ୍କା ବିକ୍ରି ହେଉଛି । ବିଲାତି ଦର ମଧ୍ୟ ସମାନ ହାରରେ ବୃଦ୍ଧି ପାଇଥିବା ଦେଖାଯାଇଛି । ଦିଲ୍ଲୀରେ ବର୍ତ୍ତମାନ ଏହା ୫୯ ଟଙ୍କାରେ ବିକ୍ରି ହେଉଛି। ମାସେ ପୂର୍ବରୁ ଏହା ୨୮ ଟଙ୍କାରେ ବିକ୍ରି ହେଉଥିଲା। ଅନ୍ୟ କିଛି ଯାଗାରେ ପିଆଜ ୫୦ଟଙ୍କା ପରେ ଓ ବିଲାତି ୬୦ ଟଙ୍କା ପାଖାପାଖି ବିକ୍ରି ହେଉଛି ।

Show More

Related Articles

Back to top button