ମନୋରଞ୍ଜନ

ଆର୍ଯ୍ୟନଙ୍କୁ ବେଲ୍ ନା ଜେଲ, ଆଜି ଆସିବ ରାୟ

ମୁମ୍ୱାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ବେଲ୍ ନା ଜେଲ୍ ? ମନ୍ନତକୁ ଫେରିବେ ନା ପୁଣି ଫେରିବେ ଆର୍ଥର ରୋଡ୍ ଜେଲ ?

ଆଜି ସେନେଇ ଆସିବ ରାୟ । ଶାହାରୁଖ ଖାନଙ୍କ ପୁଅଙ୍କ ଜାମିନ ଆବେଦନର ଆଜି ରାୟ ଶୁଣାଇବେ ମୁମ୍ବାଇର ସ୍ପେଶାଲ୍ ଏନଡିପିଏସ୍ କୋର୍ଟ । ଗତ ୧୪ ତାରିଖରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ମୁମ୍ୱାଇର କୋର୍ଡେଲିଆ ଜାହାଜରେ ଡ୍ରଗ୍ସ ପାର୍ଟିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରରୋ ଚଢ଼ାଉ ବେଳେ ଧରାପଡ଼ିଥିଲେ ଆର୍ଯ୍ୟନ ଖାନ । ଗତ ୨ ତାରିଖରେ ତାଙ୍କ ସହ ଅନ୍ୟ ୮ ଜଣଙ୍କୁ ପ୍ରଥମେ ଗିରଫ କରାଯାଇଥିଲା । ପରେ ଆଉ କିଛି ଅଭିଯୁକ୍ତଙ୍କୁ ବି ଗିରଫ କରିଥିଲା ଏନସିବି । ଆର୍ଯ୍ୟନଙ୍କୁ ଏହି କେସରେ ରିମାଣ୍ଡରେ ନେଇ ଜେରା ବି ହୋଇଛି ।

ଅକ୍ଟୋବର ୭ ତାରିଖରେ ଜୁନିୟର କିଙ୍ଗ ଖାନଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ଏବେ ସେ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ଅଛନ୍ତି । ଆର୍ୟନଙ୍କ ବେଲ୍ ଆବେଦନକୁ ୧୪ ତାରିଖ ଶୁଣାଣି ବେଳେ ବିରୋଧ କରିଥିଲା ଏନସିବି । ସେ ଜାମିନରେ ଗଲେ ସାକ୍ଷୀଙ୍କୁ ପ୍ରଭାବିତ କରିବା ସହ ପ୍ରମାଣ ନଷ୍ଟ କରିବା ଆଶଙ୍କା ଥିବା ଯୁକ୍ତି ବାଢ଼ିଥିଲା ଏନସିବି ।

Show More

Related Articles

Back to top button