ଜୀବନଚର୍ଯ୍ୟାମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଖୁବ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ହଂସିକା

ମୁମ୍ବାଇ: ବଲିଉଡରେ ଚାଲିଛି ଏବେ ବିବାହ ସିଜିନ୍‌। ଅଭିନେତା କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ବେଳେ ଏବେ ଅଭିନେତ୍ରୀ ହଂସିକା ମୋଟଓ୍ବାନୀଙ୍କ ବିବାହ ସମ୍ପର୍କିତ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି, ଡିସେମ୍ବର ୪ରେ ଅଭିନେତ୍ରୀ ହଂସିକା ବିବାହ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଅଭିନେତ୍ରୀ ହଂସିକାଙ୍କ ବିବାହ ଉତ୍ସବ ଡିସେମ୍ବର ୨ରୁ ଡିସେମ୍ବର ୪ ମଧ୍ୟରେ ଅନୁଷ୍ଠିତ ହେବ। ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ରହିବେ। ଜୟପୁରର ଏକ ୪୫୦ ବର୍ଷର ପୁରୁଣା ମୁଣ୍ଡୋଟା ଦୁର୍ଗରେ ବିବାହ କରିବେ ବୋଲି ଶୁଣାଯାଉଛି। ହଂସିକା ତାଙ୍କ ପ୍ରେମିକଙ୍କୁ ବିବାହ କରୁଛନ୍ତି। ଯିଏକି ଜଣେ ବିଜନେସ ମ୍ୟାନ୍‌। ଦୁହେଁ ଅନେକ ଦିନରୁ ପରସ୍ପରକୁ ଡେଟ୍‌ କରୁଥିଲେ।

Show More

Related Articles

Back to top button