ଦେଶମନୋରଞ୍ଜନସ୍ୱତନ୍ତ୍ର

ବିବାଦ ପରେ ବଦଳିଲା ଆଦିପୁରୁଷ ରିଲିଜ୍ ଡେଟ୍

ବିବାଦ ପରେ ବଦଳିଲା ଆଦିପୁରୁଷ ରିଲିଜ୍ ଡେଟ୍ । ସାଉଥ ସୁପରଷ୍ଟାର୍ ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚା ଜାରି ରହିିଛି।  ଫିଲ୍ମର ଟିଜର ରିଲିଜ ଆରମ୍ଭ ପରଠୁ ଏହା ବିବାଦ ମଧ୍ୟକୁ ଆସିଛି । କେତେବେଳେ ଫିଲ୍ମର ଖରାପ ଭିଏଫ୍‌କ୍ସକୁ ଏବଂ ବ୍ୟବହାର କରାଯାଇଥିବା ପୋଷାକକୁ ନେଇ ବିବାଦ ଉଠିଛି। ତେବେ ଏହାରି ଭିତରେ ଏବେ ଫିଲ୍ମର ରିଲିଜ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି।

ପୌରାଣିକ କଥା ଉପରେ ଆଧାରିତ ଏହି ଫିଲ୍ମରକୁ ଆସନ୍ତା ବର୍ଷ ରିଲିଜ କରାଯିବ । ଫିଲ୍ମର ନିର୍ଦ୍ଦେଶକ ଓମ୍ ରାଉତ ଏଭଳି ନିଷ୍ପତ୍ତି ନେଇଛନ୍ତି। ୧୨ ଜାନୁୟାରୀ ୨୦୨୩ରେ ରିଲିଜ୍ ହୋଇଥାନ୍ତା ଏହି ଫିଲ୍ମ। କିନ୍ତୁ ଏବେ ଏହାକୁ ସ୍ଥାଗିତ ରଖାଯାଇଛି। ରିପୋର୍ଟରେ କୁହାଯାଇଛି କି ଫିଲ୍ମର ରିଲିଜ୍ ଡେଟ୍ ୨୦୨୩ର ଗ୍ରୀଷ୍ମ ଦିନ ସମୟକୁ ସିଫ୍ଟ କରାଯାଇଛି। ଏହା ହିଁ ଏକ ବଡ ପରିବର୍ତ୍ତନ ହେବ। କିନ୍ତୁ ନିର୍ମାତାମାନେ ଏହା କରିବା ପଛର କାରଣ କ’ଣ?

ରିପୋର୍ଟ ଅନୁଯାୟୀ, ଯେଉଁ ସପ୍ତାହରେ ଆଦିପୁରୁଷର ରିଲିଜ୍ ହେବ, ସେହି ସମୟରେ ଚିରଞ୍ଜୀବୀଙ୍କ ଫିଲ୍ମ ୱାଲଟ୍‌ଫେୟାର ଭିରାୟା ଏବଂ ନନ୍ଦମୁରୀ ବାଲାକ୍ରିଷ୍ଣନଙ୍କ ଫିଲ୍ମ ଭିରା ସିମହା ରେଡ୍ଡୀ ମଧ୍ୟ ମୁକ୍ତିଲାଭ କରିବ। ଏହାକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶକ ଫିଲ୍ମର ରିଲିଜ ଡେଟ୍‌କୁ ଘୁଞ୍ଚାଇ ଦେଇଛନ୍ତି ।

 

Show More

Related Articles

Back to top button