ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ମିଳିମିଳାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ, ଜଣେ ରୋଗୀ ୧୨ରୁ ୧୮ଜଣଙ୍କୁ କରିପାରିବ ସଂକ୍ରମିତ

ନୂଆଦିଲ୍ଲୀ: ମିଳିମିଳାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ। ଜଣେ ମିଳିମିଳା ରୋଗୀ ୧୨ରୁ ୧୮ଜଣଙ୍କୁ ସଂକ୍ରମିତ କରିପାରିବ। ଭାରତ ସମେତ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଥିବା ମିଳିମିଳାର ସଂକ୍ରମଣ ଭିତରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଡବ୍ଲ୍ୟୁଏଚଓ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ମିଳିମିଳା ଗମ୍ଭୀର ରୂପ ଧାରଣ କରିଛି। ଏହି ଋତୁରେ ସ୍ଥିତି ଆହୁରି ଅଧିକ ଜଟିଳ ହେବାକୁ ଲାଗିଲାଣି। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ୨୦୨୧ରେ ସାରା ବିଶ୍ୱରେ ୯୦ଲକ୍ଷ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ। ଯେଉଁଥିରୁ ୧ଲକ୍ଷ ୮୦ ହଜାର ରୋଗୀଙ୍କ ମୃତ୍ୟୁ ହୋଇଥିଲା। ବିଶ୍ୱର ୨୨ଟି ଦେଶରେ ଏହି ମାରାତ୍ମକ ଭୂତାଣୁ ବ୍ୟାପିଥିଲା। ଟିକାକରଣ ଏବଂ ସତର୍କ ନରହିବା ମିଳିମିଳା ବ୍ୟାପିବାର ମୁଖ୍ୟ କାରଣ ବୋଲି କୁହାଯାଇଥିଲା। ବର୍ତ୍ତମାନ ମହାମାରୀ କରୋନା ପାଇଁ ଟିକାକରଣରେ ହ୍ରାସ ଘଟିବା ଏବଂ ଲୋକେ ସଜାଗ ନରହିବା ଚିନ୍ତାର କାରଣ ପାଲଟିଛି।

ଗତବର୍ଷ ୪କୋଟି ଶିଶୁଙ୍କୁ ମିଳିମିଳା ଟିକା ଦିଆଯାଇପାରିନାହିଁ। ଏହା ମଧ୍ୟରେ ଏଭଳି ଅଢେଇ କୋଟି ଶିଶୁ ଅଛନ୍ତି ଯେଉଁମାନେ ଟିକାର ପ୍ରଥମ ଡୋଜ୍ ନେଇନାହାଁନ୍ତି। ୧ କୋଟି ୪୭ ଲକ୍ଷ ଶିଶୁ ଟିକାର ଦ୍ୱିତୀୟ ଡୋଜ୍ ନେଇ ପାରି ନାହାଁନ୍ତି। ବିଶ୍ୱର ସବୁଠୁ ସଂକ୍ରାମକ ଭୂତାଣୁ ମଧ୍ୟରୁ ମିଳିମିଳା ଭୂତାଣୁ ଅନ୍ୟତମ। ଟିକାକରଣ ଦ୍ୱାରା ହିଁ ଏହାକୁ ରୋକାଯାଇ ପାରିବ। ସାରା ବିଶ୍ୱରେ ମିଳିମିଳାକୁ ନିୟନ୍ତ୍ରଣ କରିବାକୁ ହେଲେ ୯୫ ପ୍ରତିଶତଙ୍କୁ ଟିକାକରଣ ନେବା ଜରୁରୀ।

 

Show More

Related Articles

Back to top button