ଓଡ଼ିଶାସ୍ୱତନ୍ତ୍ର

ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ରାଜ୍ୟରେ ଗଡିବ ‘ଜଗନ୍ନାଥ ଏକ୍ସପ୍ରେସ’

ଓଡିଶାବାସୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ରାଜ୍ୟରେ ଗଡିବ ‘ଜଗନ୍ନାଥ ଏକ୍ସପ୍ରେସ’ । ଶନିବାର ଭୁବନେଶ୍ୱର ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି ।

ରେଳ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଭାରତ ଗୌରବ ପ୍ରକଳ୍ପ ଅଧୀନରେ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ’। ଭାରତର କଳା ,ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ପ୍ରକଳ୍ପ ଅଧୀନରେ ଏହା ହେବ ଦ୍ୱିତୀୟ ଏକ୍ସପ୍ରେସ। ଏହା ପୂର୍ବରୁ ଏହି ପ୍ରକଳ୍ପ ଅଧୀନରେ ରାମାୟଣ ଏକ୍ସପ୍ରେସ ଗଡ଼ୁଥିଲା । ‘ଜଗନ୍ନାଥ ଏକ୍ସପ୍ରେସ’ର ରୂପରେଖ ଓ ଡିଜାଇନ ଆଦି ଫାଇନାଲ ହୋଇ ସାରିଛି। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରିବ ଏହି ଏକ୍ସପ୍ରେସ।’ଜଗନ୍ନାଥ ଏକ୍ସପ୍ରେସ’ କେଉଁ ଅଞ୍ଚଳରୁ କେଉଁ ଅଞ୍ଚଳକୁ ଗଡ଼ିବ ସେ ନେଇ କିଛି ସୂଚନା ମିଳିନାହିଁ ।

Show More

Related Articles

Back to top button