Breaking PLUSଓଡ଼ିଶା

ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଲା କଣ୍ଟେନର

ଦୁଇ ଝିଅଙ୍କ ଆଗରେ ଚାଲିଗଲା ବାପା-ମାଆଙ୍କ ଜୀବନ

ଆରଡ଼ି ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା । କଣ୍ଟେନର ଧକ୍କାରେ ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଗାଡିରେ ଥିବାରୁ ଦୁଇ ଝିଅ ବର୍ତ୍ତି ଯାଇଛନ୍ତି । ଏପରି ଅଘଟଣ ଘଟିଛି ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ନିକଟରେ । ତେବେ ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ବୋଗଲପୁର ଗାଁର ବୈକୁଣ୍ଠ ରାଉତ ତାଙ୍କ ସ୍ତ୍ରୀ କୁଞ୍ଜଲତା ରାଉତ ଓ ଦୁଇ ଝିଅ ଦୁଇଟି ସ୍କୁଟିରେ ଭଦ୍ରକ ଜିଲ୍ଲାର ଶୈବପୀଠ ଆରଡ଼ିକୁ ଆସିଥିଲେ ।

ଠାକୁର ଦର୍ଶନ ପରେ ଘରକୁ ଫେରିବା ବେଳେ ଉଭୟ ସ୍ୱାମୀ-ସ୍ତ୍ରୀ ଗୋଟିଏ ସ୍କୁଟିରେ ଓ ଦୁଇ ଝିଅ ଅନ୍ୟ ସ୍କୁଟିରେ ଯାଉଥିବା ବେଳେ ରାଣୀତାଲ ନିକଟରେ ଏକ କଣ୍ଟେନର ଧକ୍କା ଦେଇଥିଲା । ଘଟଣା ସ୍ଥଳରେ କୁଞ୍ଜଲତାଙ୍କର ମୃତ୍ୟୁ ହୋଇଥବା ବେଳେ ସ୍ୱାମୀ ବୈକୁଣ୍ଠ ରାଉତଙ୍କୁ ଭଦ୍ରକ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ତେବେ ଅନ୍ୟ ଏକ ସ୍କୁଟିରେ ଥିବାରୁ ଦୁଇ ଝିଅ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଗ୍ରାମାଞ୍ଚଳ ପୋଲିସ ପହଁଚି ବୁଝାସୁଝା କରୁଥିବା ସୂଚନା ମିଳିଛି ।

Show More

Related Articles

Back to top button