Breaking PLUSଓଡ଼ିଶାମୁଖ୍ୟ ଖବର

ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ପୀଠର ଦୀପ ଗୃହରେ ଲାଗିଛି ନିଆଁ

ପବିତ୍ର ଦିନରେ ଘଟିଛି ବଡ଼ ଅଘଟଣ । ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଦୀପ ଗୃହରେ ଲାଗିଛି ନିଆଁ । ଫଳରେ ଦୀପ ଗୃହର ଭିତର ପୋଡ଼ି ଯାଇଥିବା ବେଳେ ଦୁଆର ବନ୍ଧ ସବୁ କ୍ଷତି ଘଟିଥିବା ସୂଚନା ମିଳିଛି । ତେବେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛି ।

ସୂଚନା ମୁତାବକ, ସକାଳୁ ସକାଳୁ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ମହାମାୟାଙ୍କ ଅଷ୍ଟମୀ ପୂଜା କରାଯାଇଥିଲା । ତେବେ ଦୀପ ଗୃହରେ ରଖାଯାଇଥିବା ଦୀପରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳୁଛି । ମା’ଙ୍କ କୃପାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ ବି ପବିତ୍ର ଶକ୍ତିପୀଠରେ ଅଷ୍ଟମୀ ତିଥିରେ ନିଆଁ ଲାଗିବା ଆଦୌ ଶୁଭଙ୍କର ନୁହେଁ ବୋଲି ପଣ୍ଡିତମାନେ ଚିନ୍ତାପ୍ରକଟ କରିଛନ୍ତି ।

Show More

Related Articles

Back to top button