ସ୍ୱାସ୍ଥ୍ୟ

ସକାଳୁ ଉଠିଲା ମାତ୍ରକେ ହେଉଛିକି ଛିଙ୍କ : ହୋଇ ଯାଆନ୍ତୁ ସାବଧାନ ଓ ଏହି ଉପାୟ ଅବଲମ୍ବନ କରନ୍ତୁ

ତାପମାତ୍ରା ବଦଳିବା ଦ୍ୱାରା ଅଧିକାଂଶ ସମୟ ସକାଳୁ ଉଠିଲା ମାତ୍ରକେ ଛିଙ୍କ ହୋଇ ନାକରୁ ପାଣି ବାହାରିବା ସହିତ ଆଖି ମଧ୍ୟ ନାଲି ହୋଇ ଯାଇଥାଏ l ଏମିତିରେ ଛିଙ୍କିବା ଏଲର୍ଜୀରୁ ଦୁରେଇ ରହିବାର ଏକ ସ୍ୱାଭାବିକ ପ୍ରକ୍ରିୟା ଅଟେ ,ଯାହାଦ୍ୱାରା ଶରୀରରେ ରହିଥିବା ଏଲର୍ଜୀ ବାହାରକୁ ସହଜରେ ବାହାରି ଯାଇଥାଏ l କିନ୍ତୁ ପ୍ରତେକଦିନ ସକାଳୁ ଉଠିବା ମାତ୍ରକେ ଯଦି ୪ -୫ଥର ଛିଙ୍କ ହେଉଛି ତେବେ ଏଭଳି ଏଲର୍ଜୀ ସମସ୍ୟା ଶରୀର ପାଇଁ ଠିକ ନୁହେଁ

ଏହିଭଳି ଏଲର୍ଜୀ ସମସ୍ୟା ଭବିଷ୍ୟତରେ ବଡ଼ ଧରଣର ଅସୁବିଧା କରି ପାରନ୍ତି l ତେଣୁ ଏହାକୁ ଦୂର କରିବା ଆବଶ୍ୟକ l

* ଗୋଟିଏ କପି ପାଣିରେ ୨ରୁ ୩ ଚାମଚ ମେଥି ପକାନ୍ତୁ ,ଏହାକୁ କିଛି ସମୟ ଫୁଟାଇ ଉଷୁମ ଉଷୁମ ପିଅନ୍ତୁ l ଏହାଦ୍ୱାରା ଲାଭ ମିଳିବ l

* ୨ରୁ୩ ଟି ପାନ ପତ୍ରକୁ ନେଇ ଏହାର ରସ ପ୍ରସ୍ତୁତ କରନ୍ତୁ l ସେଥିରେ ଅଧା ଚାମଚ ମହୁ ମିଶାଇ ପିଇବା ଦ୍ୱାରା କଫ ,ଏଲର୍ଜୀ ଓ ସର୍ଦି ସମସ୍ୟା ଦୁରେଇ ଯିବ l ଏହାକୁ ପ୍ରତେକ ଦିନ ସକାଳ ଓ ସନ୍ଧ୍ୟା ସମୟରେ ସେବନ କରନ୍ତୁ l

 

* ଫ୍ଲେବୋନାଏଡ଼ ଓ ଆଣ୍ଟି ଅକ୍ସିଡେଣ୍ଟ ରେ ଭରପୁର କମଳା ,ଲେମ୍ବୁ ,ଅଙ୍ଗୁର ଆଦିକୁ ଖାଇବା ଦ୍ୱାରା ଇମ୍ୟୁନିଟି ବଢ଼ିବାରେ ସାହାଯ୍ୟ କରିଥାଏ l ଏଗୁଡିକ ସର୍ଦି ର ବ୍ୟାକ୍ଟେରିଆ ସହିତ ଲଢ଼ିବା ପାଇଁ ସାହାଯ୍ୟ କରି ଥାଆନ୍ତି l ଏହି ଫଳ ଗୁଡିକ ମଧ୍ୟରୁ ଗୋଟିଏ ଫଳ ପ୍ରତିଦିନ ଖାଆନ୍ତୁ l

* ଆୟୁର୍ବେଦରେ ହଳଦୀର ଧୂଆଁ ସୂଂଗିବାକୁ ହର୍ବଲ ସ୍ନୋକିଂ କୁହାଯାଏ l କିଛି ହଳଦୀ ଗୁଣ୍ଡକୁ ଗରମ ତାୱା ଉପରେ ରଖି ସେହି ଧୂଆଁ କୁ ସୁଙ୍ଗନ୍ତୁ l ଏଲର୍ଜୀ ସମସ୍ୟା ଦୂର ହେବ l

* ସଜନା ପତ୍ର ଓ ରସୁଣ କୁ ବାଟି ଗୋଟିଏ ଲେପ ପ୍ରସ୍ତୁତ କରନ୍ତୁ l ଏହାକୁ ଗୋଟିଏ ରୁମାଲ୍ ସାହାଯ୍ୟରେ ରଖି ସୂଂଗିବା ଦ୍ୱାରା ଏଲର୍ଜୀ ସମସ୍ୟା ଦୂର ହେବ l ସଜନା ପତ୍ର ସ୍ଥାନରେ ତୁଳସୀ ପତ୍ର ମଧ୍ୟ ବ୍ୟବହାର କରିପାରିବେ l

Show More

Related Articles

Back to top button