ମୁଖ୍ୟ ଖବରରାଜନୀତି

ଆଜି ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ, ୪୩ଟି ଆସନରେ ଚାଲିଛି ମତଦାନ

ପଶ୍ଚିମବଙ୍ଗରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ। ଉତ୍ତର ୨୪ ପ୍ରଗଣା, ନଦିଆ, ଉତ୍ତର ଦିନଜପୁର ଓ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ୪୩ଟି ଆସନରେ ମତଦାନ। ୧ କୋଟି ୩୦ ହଜାର ଭୋଟର ୪୩ ଜଣ ପ୍ରାର୍ଥୀଙ୍କୁ ଏହି ପର୍ଯ୍ୟାୟରେ ଚୟନ କରିବେ

ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ସଂଧ୍ୟା ସାଢେ ୬ଟାରେ ଶେଷ ହେବ। ଏଥିପାଇଁ ୧୪ ହଜାର ୪୮୦ଟି ପୁଲିଂ ଷ୍ଟେସନ କରାଯାଇଛି।ଏହି ପର୍ଯ୍ୟାୟରେ ୩୦୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ବିଜେପିର ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରାୟ, ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଓ ଚନ୍ଦ୍ରିମା ଭଟ୍ଟଚାର୍ଯ୍ୟ, ସିପିଏମ୍ ନେତା ତନ୍ମୟ ଭଟ୍ଟାଚାର୍ଯ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି । ସେହିପରି ଅଭିନେତାରୁ ନେତା ପାଲଟିଥିବା ରାଜ ଚକ୍ରବର୍ତ୍ତି, ଅଭିନେତ୍ରୀ କୌଶନୀ ମୁଖାର୍ଜୀଙ୍କ ଭାଗ୍ୟ ପରୀକ୍ଷା ମଧ୍ୟ ହେବ।

ଏମାନେ ତୃଣମୂଳ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି।କରୋନା କଟକଣା ମଧ୍ୟରେ ନିର୍ବାଚନ ସାରିବାକୁ କମିଶନଙ୍କର କଡ଼ା ନିର୍ଦ୍ଦେଶ ରହିଛି । କରୋନା ସଂକ୍ରମଣ ସଂଖ୍ୟାର ବୃଦ୍ଧିକୁ ଦେଖି ଏପରି ନିଷ୍ପତ୍ତ ନେଇଛନ୍ତି ନିର୍ବାଚନ କମିଶନର । ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମ୍ବେଦନଶୀଳ ବୁଥ୍‌ରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Show More

Related Articles

Back to top button