ସ୍ୱାସ୍ଥ୍ୟ

ଗାଜରର ସ୍ୱାସ୍ଥ୍ୟକର ଗୁଣ

ଜାଣନ୍ତୁ କେଉଁ ରୋଗୀପାଇଁ ଉପଶମ

ଗାଜର ଗୋଟିଏ ଏପରି ପାରିବl ଯେଉଁଥିରେ ପୌଷ୍ଟିକ ତତ୍ୱ ଭରିହୋଇ ରହିଛି l ଏହାର ଉପଯୋଗ ତରକାରୀ ବ୍ୟତୀତ ସାଲାଡ଼ ,ଜୁସ ,ଆଚାର ଓ ହଲୁୱାରେ ବ୍ୟବହାର କରାଯାଏ l ଗଜରରେ ଭିଟାମିନ-ଏ ,ଭିଟାମିନ-ସି ,ଭିଟାମିନ-କେ ,ପୋଟାସିୟମ ଆଇରନ ସହିତ ଅନେକ ଜରୁରୀ ପୋଷାକ ତତ୍ୱ ରହିଛି l ଗାଜରରେ ମଧୁମେହ ଓ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଉପଚାର କରା ଯାଇଥାଏ l ଗୋଟିଏ ସୁସ୍ଥ ପଚନ ତନ୍ତ୍ରପାଇଁ ଗାଜର ଜୁସ ସେବନ କରିବା ଆବଶ୍ୟକ l

* ଚକ୍ଷୁ ପାଇଁ ହିତକର ଗାଜର -ବିଟା କେରୋଟିନ ଗୋଟିଏ ଅର୍ଗାନିକ ତତ୍ୱ ଅଟେ ,ଯାହା ଗାଜରରେ ପ୍ରଚୁର ପରିମାଣରେ ମିଳିଥାଏ l ବୟସ ବଢ଼ିବା କାରଣରୁ ଚକ୍ଷୁର ସମସ୍ୟାରୁ ଆରାମ ଦେବାପାଇଁ ବିଟା କେରୋଟିନ ଲାଭଦାୟକ ହୋଇଥାଏ l ଏହା ସହିତ ଅନ୍ୟ ଖଣିଜ ତତ୍ୱ ଯେପରିକି ଭିଟାମିନ-ସି ବିଭିନ୍ନ ପ୍ରକାର ଚକ୍ଷୁ ରୋଗରୁ ଦୁରେଇ ରଖିବା ସହିତ ଚକ୍ଷୁକୁ ସୁସ୍ଥ ରଖେ l ଏହା ବ୍ୟତୀତ ଗାଜରରେ ଥିବା କେରୋଟିନ ନାମକ ତତ୍ୱ ଅନ୍ଧାର କଣା ସମସ୍ୟାକୁ ଦୁରକରେ l

*ହାଡ ପାଇଁ ଗାଜର ଲାଭକାରୀ -ଜଣେ ବ୍ୟକ୍ତିର ଜୀବନ ଶୈଳୀ ଓ କାର୍ଯ୍ୟ କରିବାର ପ୍ରକ୍ରିୟା ତାର ହାଡ ସୁସ୍ଥ ରହିବ ଉପରେ ନିର୍ଭର କରିଥାଏ l ଜାପାନରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଯେଉଁ ମହିଳା ମାନେ ନିଜ ଖାଦ୍ୟରେ ଗାଜର ଓ ପାଳଙ୍ଗ ପ୍ରଭୃତିକୁ ସାମିଲ କରିଥାନ୍ତି ସେମାନଙ୍କୁ ଲୋ ବୋନଡେଂସିଟି ଅସୁବିଧା ସମ୍ମୁଖୀନ ହେବାକୁ ପଡେନାହିଁ l ଏହାକୁ ଆଧାର କରି କୁହାଯାଇଛି ଯେ ଗାଜରର ଜୁସ କିମ୍ବା କଞ୍ଚା ଗାଜର ଖାଇବା ଦ୍ୱାରା ହାଡ ସୁସ୍ଥ ରହିଥାଏ l

* ମଧୁମେହ ରୋଗ ପାଇଁ ଗାଜର ଲାଭଦାୟକ -ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମଧୁମେହର ପୀଡିତ ଥିବା ବ୍ୟକ୍ତି ମାନେ ଗାଜରକୁ ନିଜ ଖାଦ୍ୟରେ ସାମିଲ କରି ପାରିବେ l କାରଣ ସେମାନଙ୍କ ପାଇଁ ସର୍ବ ପ୍ରଥମେ ସ୍ୱାସ୍ଥ୍ୟକର ଖାଦ୍ୟ ଦରକାର l NCBI ଦ୍ୱାରା ହୋଇଥିବା ମୂଷା ମାନଙ୍କ ଉପରେ ଏକ ଗବେଷଣାରୁ ଜଣା ପଡିଛି ଯେ ଗାଜର ଜୁସ ରକ୍ତ ସର୍କରାକୁ ନିୟନ୍ତ୍ରିତ କରିବା ସହିତ ସନ୍ତୁଳିତ ରଖିଥାଏ l

* ରକ୍ତଚାପ ନିୟନ୍ତ୍ରଣ କରେ -ଉଚ ରକ୍ତଚାପ ହୃଦ ରୋଗର ମୁଖ୍ୟ କାରଣ ବୋଲି ଧରାଯାଇଥାଏ l ଯଦି ହୃଦ ରୋଗରୁ ଦୁରେଇ ରହିବlକୁ ଚାହୁଁଛନ୍ତି ତେବେ ରକ୍ତଚାପକୁ ନିୟନ୍ତ୍ରଣ ରଖିବାକୁ ପଡିବ l ଉଚ ରକ୍ତଚାପ ପାଇଁ ଗାଜର ଲାଭଦାୟକ l ଗଜରାରେ ପୋଟାସିୟମ ଅଧିକ ଥିବା ହେତୁ ଏହା ଉଚ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ l

* ପାଚନ ଶକ୍ତି ସୁସ୍ଥରଖେ -ଗାଜରରେ ଫାଇବାରର ମାତ୍ର ଅଧିକ ପରିମାଣରେ ରହିଥାଏ l ଫାଇବର ଅଧିକ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ପେଟ ରୋଗ ଆମଠାରୁ ଦୁରେଇ ଯାଏ ,ଯେପରିକି ଏସିଡ଼ିଟି ,ଗ୍ୟାସ ,ବଦହଜମି ଓ କୋଷ୍ଠକାଠିନ୍ୟ ଇତ୍ୟାଦି l ତେଣୁ ପ୍ରତେକ ଦିନ ଗାଜର ଜୁସ କିମ୍ବା ଗାଜର ସାଲାଡ଼ ଖାଇବା ଦ୍ୱାରା ଏହିସବୁ ସମସ୍ୟା ଦୂରହେବ ସହିତ ପଚାନା ପ୍ରକ୍ରିୟା ଠିକ ରହିଥାଏ l

Show More

Related Articles

Back to top button