ସ୍ୱାସ୍ଥ୍ୟ

ଡାଲଚିନିର ଉପକାରିତା

ଆସନ୍ତୁ ପଢିବାଓ ଜାଣିବା

ସାଧାରଣତଃ ଆମେ ଡାଲଚିନିର ବ୍ୟବହାର ମସଲାରେ କରିଥାଉ ,କିନ୍ତୁ ଏହାର ବ୍ୟବହାର ଅଧିକାଂଶ ରୋଗର ଉପଚାର ପାଇଁ କରାଯାଇଥାଏ l ଏହାର ଆୟୁର୍ବେଦରେ ଅନେକ ମହତ୍ୱ ରହିଛି l ଚିକିତ୍ସକ ମାନଙ୍କ ମତରେ ଆମେ ଯେଉଁ ଜିନିଷ ଗୁଡିକୁ ନିଜ ଖାଦ୍ୟରେ ବ୍ୟବହାର କରିଥାଉ ସେହି ଜିନିଷ ଗୁଡିକ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ l ଡାଲଚିନିର ପ୍ରୟୋଗ ଦ୍ୱାରା ଅଧିକାଂଶ ରୋଗରୁ ନିଜକୁ ରକ୍ଷା କରାଯାଇ ପାରିବ l

* ଡାଲଚିନିରେ ଥାଇମିନ ,ଫସଫରସ ,ପ୍ରୋଟିନ ,ସୋଡିୟମ ,ଭିଟାମିନ ,କ୍ୟାଲସିୟମ ,ମାଙ୍ଗାନିଜ ,କାର୍ବୋହାଇଡ୍ରେଟ ଇତ୍ୟାଦି ଭରପୁର ମାତ୍ରାରେ ରହିଛି l ଖାଦ୍ୟର ସ୍ୱାଦ ବଢାଇବା ସହିତ ଥଣ୍ଡା ,କଫ ,ଏସିଡ଼ିଟି ଇତ୍ୟାଦି ପାଇଁ ରାମବାଣ ସଦୃଶ l

* ଡାଲଚିନି ,ଗୁଜୁରାତି ଓ ଶୁଣ୍ଠୀ ସମାନ ମାତ୍ରାରେ ନେଇ ଗୁଣ୍ଡ କରି ନିଅନ୍ତୁ l ଏହାକୁ ଏକା ସହିତ ମିଶାଇ ପ୍ରତେକଦିନ ସକାଳେ ଓ ସନ୍ଧ୍ୟାରେ ଭୋଜନ ପୂର୍ବରୁ ଖାଇବା ଦ୍ୱାରା ଭୋକ ବଢିଥାଏ l

* ଡାଲଚିନିର ବ୍ୟବହାର ବାନ୍ତି ନହେବା ପାଇଁ ମଧ୍ୟ କରାଯାଇଥାଏ l ଯଦି ଆପଣଙ୍କର ବାନ୍ତି ହେଉଛି ତେବେ ସମାନ ପରିମାଣର ଡାଲଚିନି ସହିତ ଲବଙ୍ଗ ନେଇ କlଢ଼ା ପ୍ରସ୍ତୁତ କରନ୍ତୁ ସେଥିରେ କିଛି ପରିମାଣରେ ମହୁ ମିଶାଇ ସେବନ କରିବା ଦ୍ୱାରା ବାନ୍ତି ଭଲ ହୋଇଥାଏ l

* ଡାଲଚିନି ଓଜନ ମଧ୍ୟ ନିୟନ୍ତ୍ରଣ କରିଥାଏ l ପ୍ରତେକ ଦିନ ରାତିରେ ଡାଲଚିନିକୁ ପାଣିରେ ଫୁଟାଇ ରଖନ୍ତୁ ଓ ସକାଳୁ ଖାଲି ପେଟରେ ସେବନ କରନ୍ତୁ ,ଏପରି କରିବା ଦ୍ୱାରା ଓଜନ ନିୟନ୍ତ୍ରିତ ହେବ l

*ଥଣ୍ଡା ,କାଶ ଓ କଫ ଇତ୍ୟାଦି ହୋଇଥିଲେ ଡାଲଚିନିକୁ ଉଷୁମକରି ଗୁଣ୍ଡ କରନ୍ତୁ ଓ ଏହାକୁ ରୋଗୀକୁ ଉଷୁମ କ୍ଷୀର ଓ ମହୁ ସହିତ ସେବନ କରାନ୍ତୁ l ଯାହାଦ୍ୱାରା ଥଣ୍ଡା କମିବା ସହିତ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢିବ l

Show More

Related Articles

Back to top button