ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ବଲ୍ଲାରଶାହ ରେଳ ଷ୍ଟେସନରେ ଫୁଟ ଓଭର ବ୍ରିଜ ଭୁଶୁଡ଼ି ୨୦ ଯାତ୍ରୀ ଆହତ

ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁରର ବଲ୍ଲାରଶାହ ରେଳ ଷ୍ଟେସନରେ ଘଟିଛି ଏକ ଅଭାବନୀୟ ଘଟଣା। ଏହି ଷ୍ଟେସନରେ ଫୁଟ ଓଭର ବ୍ରିଜ ଭୁଶୁଡ଼ିବା ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଅନେକ ଯାତ୍ରୀ ବ୍ରିଜରୁ ପ୍ରାୟ  ୬୦ ଫୁଟ ଉଚ୍ଚରୁ ଟ୍ରାକ ଉପରେ ପଡ଼ିଯାଇଥିଲେ।  ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ସମ୍ପୃକ୍ତ ଯାତ୍ରୀମାନେ ପ୍ଲାଟଫର୍ମ ନମ୍ବର ୧ ରୁ ପ୍ଲାଟଫର୍ମ ନମ୍ବର ୪କୁ ଯାଉଥିଲା ବେଳେ ହଠାତ୍‌ ଫୁଟ୍‌ ଓଭର ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା। ଘଟଣା ପରେ ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ରିଜ ଭୁଶୁଡ଼ିବା ଘଟଣାରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଏହି ଘଟଣାରେ ପ୍ରାୟ ସନ୍ଧ୍ୟା ୫ଟା ସମୟରେ ଘଟିଥିଲା। ଘଟଣା ପରେ ତୁରନ୍ତ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଛି। ରେଳବାଇ ପକ୍ଷରୁ ଗୁରୁତରଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ସରଳ ଅଳ୍ପ ଆଘାତ ପାଇଁ ଲୋକଙ୍କୁ ୫୦,୦୦୦ ଟଙ୍କା ଚିକିତ୍ସା ସହାୟତା ରାଶି ଘୋଷଣା କରାଯାଇଛି।

 

Show More

Related Articles

Back to top button