ଓଡ଼ିଶାପାଣିପାଗ

ଆଗାମୀ ୫ଦିନ ପର୍ଯ୍ୟନ୍ତ ଶୀତରେ ଥରିବ ଓଡିଶା

ରାଜ୍ୟରେ ଜାରି ରହିଛି ଶୀତ ।  କଟକ ଓ ଭୁବନେଶ୍ବର ସହରରେ ମଧ୍ୟ ଶୀତ ପ୍ରକୋପ ଅନୁଭୂତ ହେଉଛି। ତେବେ ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ଏହିଭଳି ରହିବ ତାପମାତ୍ରା । ଅନେକ ସ୍ଥାନର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ସ୍ବାଭାବିକଠାରୁ କମ୍‌ ରହିବ । ଏନେଇ ଆଞ୍ଚଳିକ ପାଣିାପଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ରାତିରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରି ରେକର୍ଡ ହୋଇଛି। ସେହିପରି ସମତଳ ଅଞ୍ଚଳମାନଙ୍କ ମଧ୍ୟରେ ଫୁଲବାଣୀରେ ୯.୫ ଡିଗ୍ରି ଓ କିରେଇରେ ୯.୪ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଏଥିସହ ରାଜ୍ୟର ୨୪ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ରହିଛି । ଦାରିଙ୍ଗବାଡ଼ି ଓ କେନ୍ଦୁଝରରେ ୧୦ ଡିଗ୍ରି, ଝାରସୁଗୁଡ଼ାରେ ୧୦.୬ ଡିଗ୍ରି, ଦେବଗଡ଼ରେ ୧୧.୫ ଡିଗ୍ରି ଓ ହୀରାକୁଦରେ ୧୧.୮ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।

ଅନ୍ୟପଟେ ଆଜିଠାରୁ ରାଜ୍ୟରେ ପାଗ କୁହୁଡ଼ିଆ ରହିବ ନାହିଁ। ଖରା ଅଧିକ ଟାଣ ହେବା ସହ ଆକାଶ ନିର୍ମଳ ରହିବ ବୋଲି ସୂଚନା ଦିଆଯାଇଛି ।

Show More

Related Articles

Back to top button