ଦେଶସ୍ୱତନ୍ତ୍ର

ହାଓ୍ବଡା ଏକ୍ସପ୍ରେସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ହାଓ୍ବଡା ଏକ୍ସପ୍ରେସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଏଭଳି ଘଟଣା ଆନ୍ଧ୍ର ପ୍ରଦେଶର କୁପ୍ପମ୍‌ ରେଳ ଷ୍ଟେସନ ନିକଟରେ ଘଟିଥିବା ସୂଚନା ମିଳିଛି । ବେଙ୍ଗାଲୁରୁ ରୁ କୋଲକାତା ଯାଉଥିବା ହାଓ୍ବଡା ଏକ୍ସପ୍ରେସ୍‌ରେ ନିଆଁ ଲାଗିଥିବାବେଳେ ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲା କୁପ୍ପମ୍‌ ଷ୍ଟେସନ ନିକଟରେ ହାଓ୍ବଡା ଏକ୍ସପ୍ରେସର ଏସ୍-୯ କୋଚରେ ନିଆଁ ଲାଗିଛି ।

ଟ୍ରେନରେ ନିଆଁ ଲାଗିଥିବା ଜଣାପଡିବା ପରେ ତୁରନ୍ତ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ରେଳ ବିଭାଗ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ବଗିରୁ ନିଆଁକୁ ଆୟତ କରାଯାଇଛି ।

Show More

Related Articles

Back to top button