ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ଭାରତୀୟ ଆଥଲେଟ ପି.ଟି ଉଷା ହେବେ IOAର ପ୍ରଥମ ମହିଳା ସଭାପତି

ପି.ଟି ଉଷା ହେବେ IOAର ପ୍ରଥମ ମହିଳା ସଭାପତି । ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି କିମ୍ବଦନ୍ତୀ ଭାରତୀୟ ଆଥଲେଟ ପି.ଟି ଉଷା । ଡିସେମ୍ବର ୧୦ ରେ ହେବାକୁ ଥିବା ନିର୍ବାଚନରେ ସେ ଏକମାତ୍ର ଆଶାୟୀ ରହିଛନ୍ତି। ଆଇଓଏ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସମୟ ସୀମା ରବିବାର ସରିଥିବାେଳେ ୧୦ ରେ ଏନେଇ ଅଫିସିଆଲ ଭାବେ ଘୋଷଣା ହୋଇପାରେ ।

ତେବେ ଉପସଭାପତି (ମହିଳା), ଯୁଗ୍ମ ସଚିବ (ମହିଳା) ଙ୍କ ଗୋଟିଏ ପଦବୀ ପାଇଁ ପ୍ରତିଯୋଗିତା ହେବ। ଚାରିଜଣ କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟଙ୍କ ପାଇଁ ୧୨ ଜଣ ପ୍ରାର୍ଥୀ ଥିଲେ। ଆଇଓସି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ରବିବାର ଶେଷ ହୋଇଛି। ଆଇଓସି ନିର୍ବାଚନ ରିଟର୍ନ ଅଫିସର ଉମେଶ ସିହ୍ନା ଶୁକ୍ରବାର ଏବଂ ଶନିବାର ଦିନ କୌଣସି ନାମାଙ୍କନ ଗ୍ରହଣ କରିନାହାଁନ୍ତି କିନ୍ତୁ ରବିବାର ଦିନ ୨୪ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

୨୯ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ ପରେ ୩୦ ତାରିଖରେ ପ୍ରତିଦ୍ୱନ୍ଦ୍ୱୀଙ୍କ ତାଲିକା ପ୍ରକାଶ ପାଇବ। ଡିସେମ୍ବର ୧ରୁ ୩ ତାରିଖ ମଧ୍ୟରେ ପ୍ରତ୍ୟାହାର ପରେ ୪ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ୧୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

ଏକାଧିକ ଏସିଆ ଏବଂ ୧୯୮୪ ଅଲିମ୍ପିକ୍‌ ୪୦୦ ମିଟର ବାଧା ଦୌଡରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ୫୮ ବର୍ଷୀୟ ପିଟି ଉଷା। ତେବେ ୯୫ ବର୍ଷର ଆଇଓଏ ଇତିହାସରେ ପ୍ରଥମ ଅଲିମ୍ପିଆନ ଏବଂ ଅର୍ନ୍ତଜାତୀୟ ପଦବ ବିଜୟିନୀ ଭାବେ ଉଷା ସଭାପତି ହେବାକୁ ଯାଉଛନ୍ତି । ଆଇଓଏ ମୁଖ୍ୟ ହେବାରେ ମହାରାଜା ୟାଦାବିନ୍ଦ୍ର ସିଂଙ୍କ ପରେ ଉଷା ପ୍ରଥମ କ୍ରୀଡାବିତ୍‌ ହେବେ।

 

Show More

Related Articles

Back to top button