Breaking PLUSଓଡ଼ିଶାମୁଖ୍ୟ ଖବର

ସୁରକ୍ଷାକର୍ମୀଙ୍କ ଗୁଳିରେ 2 ମାଓବାଦୀ ସଫା

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ପରହେଲ ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଚି । ସୂଚନା ଅନୁଯାୟୀ, ଓଡ଼ିଶାର ସ୍ୱତନ୍ତ୍ର ନକ୍ସଲ ନିରୋଧୀ ବାହିନୀ ସ୍ପେଶାଲ ଅପରେସନ୍ ଗ୍ରୁପର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ଖବର ପାଇଥିଲେ ଓ ମାଓବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ନକ୍ସଲଙ୍କୁ ଘଉଡାଇବା ପାଇଁ ବ୍ୟାପକ କମ୍ବିଂ ଅପରେସନ୍ ଆରମ୍ଭ କରାଯାଇଛି। ଏ ପର୍ଯ୍ୟନ୍ତ ୨ ଜଣ ନକ୍ସଲଙ୍କ ମୃତଦେହ ମିଳିଥିବା ସେ କହିଛନ୍ତି। ଏହା ବ୍ୟତୀତ ପରହେଲ ଜଙ୍ଗଲରୁ ଅସ୍ତ୍ରଶସ୍ତ୍ର ଗ୍ରେନେଡ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ବେଳେ ଅପରେସନ୍ ଜାରି ରହିଛି ବୋଲି ଶ୍ରୀ ସିଂହ କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button