Breaking PLUSଓଡ଼ିଶାମୁଖ୍ୟ ଖବର

ବିପୁଳ ପରିମାଣର ଗଂଜେଇ ଜବତ, 2ଗିରଫ

ଗଜପତି- ମୋହନା ପୁଲିସକୁ ବଡ ସଫଳତା ମିଳିଛି। ସୋର କମଳାପୁର ଗେଟ୍ ନିକଟରୁ ପୁଲିସ୍ ୧୦ କ୍ଵିଣ୍ଟାଲର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ତେବେ ନାକା ଗେଟ୍ ରେ ପୁଲିସ୍ ଯାଞ୍ଚ କରୁଥିବାବେଳେ ଏକ ପିକଅପ ଭ୍ୟାନରେ ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିବାବେଳେ ପୁଲିସ ହାତରେ ଧରାପଡିଛି। ଗଞ୍ଜେଇ ଗୁଡିକ ମହାରାଷ୍ଟ୍ରକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି। ଗିରଫ ଦୁଇ ଅଭିଯୁକ୍ତ ଦିଗପହଣ୍ଡି ଥାନା ତୁରଙ୍ଗପୁର ଗାଁର ହେମନ୍ତ ସ୍ଵାଇଁ ଏବଂ ଚଢେୟାପଦା ଗାଁର ରମେଶ ସୁଆଲ ସିଂ ବୋଲି ଜଣାପଡିଛି। ଅଭିଯୁକ୍ତ ମାନଙ୍କଠାରୁ ନଗଦ ୩୫ ହଜାର ଟଙ୍କା ଏବଂ ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button