ଖେଳ

ସେମି ଫାଇନାଲ ସ୍ୱର୍ଣ୍ଣପଦକ ଲକ୍ଷରେ ଋତୁରାଜ ସେନା

କ୍ୱାର୍ଟର ଫାଇନାଲରେ ନେପାଳକୁ ମାତ୍ ଦେଇ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଋତୁରାଜଙ୍କ ନେତୃତ୍ୱରେ ଏସିଆନ୍ ଗେମ୍ସର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଯଶସ୍ୱୀ ଜଏସ୍ୱାଲଙ୍କ ଦମଦାର ଶତକ ଏବଂ ପରେ ଦଳର ଘାତକ ବୋଲିଂରେ ନେପାଳ ଚକମା ଖାଇଛି । ଫଳରେ ୨୩ ରନରେ ଏହି ମ୍ୟାଚ ଉପରେ କବଜା କରିଛି ଋତୁରାଜ ସେନା । ତେବେ ଭାରତ ପକ୍ଷରୁ ରବି ବିଷ୍ଣୋଇ ଏବଂ ଆଭେଶ ଖାନ୍ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ଆର ସାଇ କିଶୋର ଏହି ମ୍ୟାଚରେ ଗୋଟିଏ ସଫଳତା ହାସଲ କରିଛନ୍ତି । ନେପାଳ ପକ୍ଷରୁ ଡି.ଏସ ଆରି ସର୍ବାଦିକ ୩୨ ରନ୍ ସଂଗ୍ରହ କରିଥିଲେ । ଏହାବ୍ୟତୀତ ସୁନଦୀପ ଜୋରା ଏବଂ କୁଶଲ ମଲ୍ଲା ୨୯ ରନ୍ ଲେଖାଏଁ କରିଥିବା ବେଳେ କୁଶଲ ଭୁର୍ତେଲ ୨୮ ରନ୍ ସଂଗ୍ରହ କରିଛନ୍ତି । ଏହାପରେ ମଧ୍ୟ ବିଜୟ ଲକ୍ଷ୍ୟରୁ ୨୩ ରନ ଦୂରରେ ରହିଯାଇଛି ନେପାଳ ।

Show More

Related Articles

Back to top button