Breaking PLUSଓଡ଼ିଶାମୁଖ୍ୟ ଖବର

ସୁନ୍ଦରଗଡରେ ଆତଙ୍କ ଖେଳାଇବାରେ ଲାଗିଛି ସ୍କ୍ରବ ଟାଇଫସ

ଘାତକ ସାଜୁଛି ସ୍କ୍ରବ୍ ଟାଇଫସ୍ । ବିଶେଷ କରି ସୁନ୍ଦରଗଡ ଜିଲ୍ଲାରେ ଏହି ଆତଙ୍କ ବଢିବାରେ  ଲାଗିଛି । ଦିନକୁ ଦିନ ସ୍କ୍ରବ ଟାଇଫସଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ବିଭାଗ ସମେତ ବିଭିନ୍ନ ମହଲରେ ଗଭୀର ଉଦ୍ବେ ଗ ପ୍ରକାଶ ପାଇଛି । ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ଆଉ ୯ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦କୁ ବୃଦ୍ଧି ପାଇଛି । ତେବେ ଏଥିରେ ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସଚେତନତା ସତ୍ତ୍ୱେ ମଧ୍ୟ ଏହା ଥମିବାର ନାଁ ନେଉନାହିଁ । ତେବେ ଏହି ରୋଗକୁ ଭୟ ନକରି ସଚେତନ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସାମାନ୍ୟ ଜ୍ୱର କିମ୍ବା ସେପରି କୌଣସି ଲକ୍ଷଣ ଅନୁଭବ ହେଲେ ତୁରନ୍ତ ପରୀକ୍ଷା କରିବା ପାଇଁ ଜିଲ୍ଲାର ସମସ୍ତ ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଯେକୌଣସି ବେସରକାରୀ ହସ୍ପିଟାଲରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାଉରକେଲା ଆର୍ଜିଏଚ୍କୁ ପଠାଇବା ପାଇଁ ସିଡିଏମ୍ଓ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ସ୍କ୍ରବ୍ ଟାଇଫସ୍ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଡାକ୍ତର ରହିବା ସହ ଆବଶ୍ୟକ ଔଷଧ ମହଜୁଦ ରହିଛି । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁର ବ୍ୟବସ୍ଥା କରାଯାଇଛି । ଲକ୍ଷଣ ଦେଖା ଦେଲେ କିମ୍ବା ଗୋଟିଏ ସପ୍ତାହରୁ ଅଧିକ ସମୟ ଜ୍ୱର ରହିଲେ ତୁରନ୍ତ ଡାକ୍ତରଖାନା ଯିବା ପାଇଁ ସେ କହିଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ଲୋକମାନଙ୍କୁ ସଚେତନ କରାଯାଉଛି । ଗାଁ ଗାଁରେ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଉଥିବା ବେଳେ ବିଭିନ୍ନ ଛକ ଓ ହାଟବଜାରରେ ପାଲା ମାଧ୍ୟମରେ ଏହି ରୋଗର ଲକ୍ଷଣ ଓ ନିରାକରଣ ସଂପର୍କରେ ସଚେତନ କରାଯାଉଛି । ସୂଚନା ଅନୁସାରେ ଗତ କିଛିଦିନ ହେବ ସୁନ୍ଦରଗଡ ଜିଲ୍ଲାରେ ଏହି ରୋଗ ବଢ଼ିବାରେ ଲାଗିଛି । ଶନିବାର ୩୯ଜଣଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ଯାଇଥିବା ବେଳେ ସେଥିମଧ୍ୟରୁ ୯ଜଣଙ୍କର ପଜିଟିଭି ଥିବା ସୂଚନା ମିଳିଛି । ତେବେ କେବଳ ସୁନ୍ଦରଗଡ ନୁହେଁ ବଲାଙ୍ଗୀର ଓ ବରଗଡରେ ମଧ୍ୟ ଏହି ରୋଗର ଆତଙ୍କ ଦେଖାଦେଇଛି । କେବଳ ଏତିକି ନୁହେଁ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଏହିରୋଗ ଅଣାୟତ୍ତ ହୋଇବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୩୩୭ରେ ପହଞ୍ଚିଛି ।

Show More

Related Articles

Back to top button