Breaking PLUSଆଇନ କାନୁନମୁଖ୍ୟ ଖବର

ଏବେ ଲୋକ ବୁଝିବା ପାଇଁ ସରଳ ଭାଷାରେ କୋର୍ଟର ନିଷ୍ପତ୍ତି ନିଆଯିବ

ଆଇନଗତ ଶୁଣାଣି ସମୟରେ ସରଳ ଭାଷାର ବ୍ୟବହାର କରିବାକୁ କହିଛନ୍ତି ସୁପ୍ରିମକୋର୍ଟ। ଯାହାଫଳରେ ସାଧାରଣ ଲୋକମାନେ ଏହାକୁ ସହଜରେ ବୁଝିପାରିବେ । ଗତ ସେପ୍ଟେମ୍ବର ୨୪ ରବିବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ଯେ, ଆଇନ ସରଳ ଭାଷାରେ ଥିବାରୁ ଲୋକମାନେ ଚତୁରତାର ସହ ନିଷ୍ପତ୍ତି ନେବେ ଏବଂ କୌଣସି ପ୍ରକାର ଉଲ୍ଲଂଘନକୁ ଏଡାଇ ପାରିବେ । ନିୟମ ଆମର ଦୈନନ୍ଦିନ ଜୀବନର ଏକ ଅଂଶ, ଏହା ଆମକୁ ନିୟନ୍ତ୍ରଣ କରେ । ତେଣୁ ତାହାର ଭାଷା ସହଜ ହେବା ଉଚିତ୍ । ଆନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀରେ ଜଷ୍ଟିସ ସଞ୍ଜୀବ ଖନ୍ନା ତାଙ୍କ ଅଭିଭାଷଣରେ ଏହି ମନ୍ତବ୍ୟ ଦେଇଛନ୍ତି । ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ଜଷ୍ଟିସ୍ ଖନ୍ନା ଏହା ମଧ୍ୟ କହିଛନ୍ତି ଯେ, ଏହା ଆମର ବିତର୍କ ଏବଂ ନିଷ୍ପତ୍ତି ପାଇଁ ମଧ୍ୟ ପ୍ରଯୁଜ୍ୟ । ଆଇନ ଏକ ପଜଲ୍ ଯାହା ସମାଧାନ ଆବଶ୍ୟକ କରେ? ବିବାଦର ସମାଧାନ ପାଇଁ ଆଇନଗୁଡ଼ିକ ଉଦ୍ଦିଷ୍ଟ, ନିଜେ ବିବାଦୀୟ ହେବା ପାଇଁ ନୁହେଁ । ଆଇନ ଦେଶର ନାଗରିକଙ୍କ ପାଇଁ ରହସ୍ୟ ହେବା ଉଚିତ ନୁହେଁ । କେବଳ ଏତିକି ନୁହେଁ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ କହିବା ଅନୁଯାଇ ମକଦ୍ଦମା ତଥା ଆଇନ ବୃତ୍ତିର ବ୍ୟବସାୟ ଏକ ଚିନ୍ତାର ବିଷୟ । ମକଦ୍ଦମା ଖର୍ଚ୍ଚ ବୃଦ୍ଧି ଏବଂ ଆଇନଜୀବୀଙ୍କ ମନମୁଖୀ ଶୁଳ୍କ ହେତୁ ଅନେକ ଲୋକ ନ୍ୟାୟ ପାଆନ୍ତି ନାହିଁ । ନ୍ୟାୟ ପଥରେ ଏହା ଏକ ବଡ଼ ପ୍ରତିବନ୍ଧକ । ଆମକୁ ନିଶ୍ଚିତ କରିବାକୁ ହେବ ଯେ ନ୍ୟାୟ ସମସ୍ତଙ୍କ ପାଇଁ ସୁଲକ ରହୁ । ଏହି ବୃତ୍ତି ସହିତ ଜଡିତ ବ୍ୟକ୍ତିମାନେ ଆତ୍ମନିରୀକ୍ଷଣ କରିବା ଉଚିତ୍ ।

Show More

Related Articles

Back to top button