Breaking PLUSଦେଶମୁଖ୍ୟ ଖବର

ଶୁଭାରମ୍ଭ ହେଲା ଦେଶର ପ୍ରଥମ ହାଇଡ୍ରୋଜେନ ଦ୍ୱାରା ଚାଳିତ ବସ

ଦେଶର ପ୍ରଥମ ହାଇଡ୍ରୋଜେନ ଚାଳିତ ବସ ଦେଶର ରାଜଧାନୀ ଦିଲ୍ଲୀରେ ଆରମ୍ଭ ହେଲା। ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଆଗାମୀ ଦିନରେ ଏକ ସ୍ୱଚ୍ଛ ପରିବେଶ ଦିଗରେ ଏହା କାର୍ଯ୍ୟ କରିବ। ଏହି ବସ କେବଳ ପବନ ଆଉ ପାଣିରେ ଚାଲିବ । ଏନେଇ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱର ୨୫% ଶକ୍ତି ଚାହିଦା କ୍ଷେତ୍ରରେ  ଭାରତ ଥିବ । ଭବିଷ୍ୟତରେ ସବୁଜ ହାଇଡ୍ରୋଜେନ ରପ୍ତାନିରେ ଭାରତ ଚାମ୍ପିୟନ ହେବ । ବିଶ୍ୱର ହାଇଡ୍ରୋଜେନ୍ ଚାହିଦା ୨୦-୭ ସୁଦ୍ଧା ୪-୭ ଗୁଣ ଅର୍ଥାତ୍ ୫୦୦-୮୦୦ ମେଟ୍ରିକ୍ ଟନ୍ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏଥି ସହିତ, ଘରୋଇ ସବୁଜ ହାଇଡ୍ରୋଜେନର ଚାହିଦା ୨୦୫୦ ସୁଦ୍ଧା ୪ ଗୁଣ ଅର୍ଥାତ୍ ୨୫-୨୮ ମେଟ୍ରିକ୍ ଟନ୍ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ବିଶ୍ୱ ଗମ୍ଭୀର ପ୍ରଦୂଷଣର ସମ୍ମୁଖୀନ ହେଉଛି :- ଗୋଟିଏ ପଟେ ପ୍ରତିଦିନ ନୂଆ ଟେକ୍ନୋଲୋଜି ଦେଖାଯାଉଥିବାବେଳେ ଅନ୍ୟ ପଟେ ପ୍ରାୟ ସମଗ୍ର ବିଶ୍ୱ ଭୟଙ୍କର ପ୍ରଦୂଷଣର ସମ୍ମୁଖୀନ ହେଉଛି । ଯେଉଁଥିପାଇଁ ବିଭିନ୍ନ ଦେଶର ସରକାର ଏଥିପାଇଁ ଉଦ୍ୟମ କରୁଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ଭାରତ ମଧ୍ୟ ଗ୍ରାହକଙ୍କୁ ଶୀଘ୍ର ବୈଦ୍ୟୁତିକ ଯାନ ଗ୍ରହଣ କରିବାକୁ ଉତ୍ସାହିତ କରୁଛି । ଏହି କାରଣରୁ ଆଜି ଭାରତରେ ପ୍ରଥମ ହାଇଡ୍ରୋଜେନ୍ ବସ୍ ଲଞ୍ଚ କରାଯାଇଛି ଏବଂ ଏକ ନୂଆ ରେକର୍ଡ ଯୋଡା ଯାଇଛି । ଏହାର ସକରାତ୍ମକ ପ୍ରଭାବ ଭବିଷ୍ୟତରେ ଦେଖିବାକୁ ମିଳିବ ।

Show More

Related Articles

Back to top button