Breaking PLUSଓଡ଼ିଶାମୁଖ୍ୟ ଖବର

ସର୍ଟ ସର୍କିଟ ଯୋଗୁଁ ମେଡିକାଲ କଲେଜରେ ଲାଗିଲା ନିଆଁ

ଆଜି ସକାଳେ ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରଥମ ମହଲା ଥିବା ମେଡିସିନ ୱାର୍ଡର ଷ୍ଟାଫ୍ ବସୁଥିବା ଏକ ରୁମ୍‌ର ଅଗ୍ନିକାଣ୍ଡ ଘଟିଛି। ଏସିରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏସିରୁ ନିଆଁ ବାହାରି ମେଡିକାଲ ଧୂଆଁମୟ ହୋଇଯାଇଥିଲା। ରୋଗୀମାନେ ଧୂଆଁ ଦେଖି ଭୟଭୀତ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ରୋଗୀ ଓ ସେମାନଙ୍କ ସହ ଥିବା ସମ୍ପର୍କୀୟ ବାହାରକୁ ପଳାଇ ଆସିଥିଲେ। ଧୂଆଁ ଯୋଗୁ କୌଣସି ରୋଗୀଙ୍କର କିଛି ହୋଇ ନାହିଁ। ଅଗ୍ନିକାଣ୍ଡ ଯୋଗୁ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ନିଆଁକୁ ଆୟତ୍ତ କରାଯାଇଛି।
ମେଡିକାଲ୍ ପକ୍ଷରୁ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଓ ମେଡିକାଲ କର୍ମଚାରୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା। ACରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଓଭରଲୋଡ ଯୋଗୁ ଏପରି ହୋଇଥିବା ଅନୁମାନ କରାଯାଉଛି।

Show More

Related Articles

Back to top button