Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଏସିଆ କପ୍‌ରେ ବାଂଲାଦେଶର ସହଜ ବିଜୟ

ଏସିଆ କପ୍‌ରେ ବାଂଲାଦେଶ ସହଜ ବିଜୟ ହାସଲ କରିଛି । ରବିବାର ଆଫ୍‌ଗାନିସ୍ତାନକୁ ୮୯ ରନ୍‌ରେ ବାଂଲାଦେଶ ପରାସ୍ତ କରିଛି। ମେହ୍‌ଦି ହାସନ୍ ମିରାଜ୍ ଓ ନଜ୍‌ମୁଲ ହାସନ୍ ଶାନ୍ତୋ ଶତକ ହାସଲ କରିବାରୁ ଗ୍ରୁପ୍‌ ‘ବି’ ମ୍ୟାଚ୍‌ରେ ବାଂଲାଦେଶ ୫ ୱିକେଟ୍‌ରେ ୩୩୪ ରନ୍‌ କରିଥିଲା। ଇବ୍ରାହିମ୍ ଜାଦ୍ରାନ୍ ଓ ହସ୍‌ମତୁଲ୍ଲା ସାହିଦିଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୪୪.୩ ଓଭରରେ ୨୪୫ ରନ୍‌କରି ଆଫ୍‌ଗାନିସ୍ତାନ ଅଲ୍‌ଆଉଟ୍‌ ହୋଇଥିଲା। ଆଫ୍‌ଗାନିସ୍ତାନ ସୁପର-୪କୁ ଯିବା ପାଇଁ ଶ୍ରୀଲଙ୍କା ସହ ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ। ପ୍ରଥମ ମ୍ୟାଚ୍‌ ହାରିଥିବା ବାଂଲାଦେଶ ବିଜୟ ପରେ ସୁପର-୪ ଦୌଡ଼ରେ ରହିଛି।

ଟସ୍ ଜିତି ବାଂଲାଦେଶ ବ୍ୟାଟିଂ ନେଇଥିଲା। ଓପ୍‌ନିଂ ଯୋଡ଼ି ୧୦ ଓଭରରେ ୬୦ ରନ୍‌ର ଭାଗିଦାରୀ କରି ବଡ଼ ସ୍କୋର୍‌ର ମୂଳଦୁଆ ପକାଇଥିଲେ। ମହମ୍ମଦ ନଇମ୍‌ ୩୨ ବଲ୍‌ରୁ ୫ଟି ଚୌକା ସହ ୨୮ ରନ୍‌ କରିଥିଲେ। ୬୩ ରନ୍‌ରେ ୨ଟି ୱିକେଟ ପଡ଼ିବା ପରେ ମେହ୍‌ଦି ହାସନ୍ ମିରାଜ୍ ଓ ନଜ୍‌ମୁଲ ହାସନ୍ ଶାନ୍ତୋ ମାରାଥନ୍ ଭାଗିଦାରୀ କରିଥିଲେ। ଶ୍ରୀଲଙ୍କା ସହ ଗତ ମ୍ୟାଚ୍‌ରେ ଶାନ୍ତୋ ୮୯ ରନ୍‌ କରିଥିଲେ। ଦୁହେଁ ୧୯୪ ରନ୍‌ର ଭାଗିଦାରୀ କରି ଦଳକୁ ବଡ଼ ସ୍କୋର୍‌ରେ ପହଞ୍ଚାଇ ପାରିଥିଲେ। ଶତକ ପୂରଣ ପରେ ହାତରେ ଯନ୍ତ୍ରଣା ଯୋଗୁଁ ମେହ୍‌ଦି ହାସନ୍ ମିରାଜ୍ ରିଟାୟର୍ଡ ହର୍ଟ ହୋଇ ଫେରି ଯାଇଥିଲେ। ମିରାଜ୍ ୧୧୯ ବଲ୍‌ରୁ ୩ଟି ଛକା ଓ ୭ଟି ଚୌକା ସହ ୧୧୨ ରନ୍‌ କରିଥିଲେ। ନଜ୍‌ମୁଲ ହାସନ୍ ଶାନ୍ତୋ ୧୦୫ ବଲ୍‌ରୁ ୨ଟି ଛକା ଓ ୯ଟି ଚୌକା ସହ ୧୦୪ ରନ୍‌କରି ଆଉଟ୍‌ ହୋଇଥିଲେ। ଅଭିଜ୍ଞ ମୁସ୍‌ଫିକୁର ରହିମ୍ ୧୫ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୫ ରନ୍‌ କରିଥିଲେ। ଅଧିନାୟକ ସାକିବ୍ ଅଲ୍‌ ହାସନ୍ ଶେଷଆଡ଼କୁ ଆକ୍ରମଣାତ୍ମକ କରି ୧୮ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୨ ରନ୍‌କରି ଅପରାଜିତ ଥିଲେ। ମେହ୍‌ଦି ହାସନ୍ ମିରାଜ୍ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Show More

Related Articles

Back to top button