Breaking PLUSଓଡ଼ିଶାଭକ୍ତି

ଶ୍ରୀ ମନ୍ଦିରରେ ରାଧାଷ୍ଟମୀର ନୀତିକାନ୍ତି

 ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ। ଏହି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବେ । ଆଜି ଅପରାହ୍ନରେ ସୁଦର୍ଶନ ମହାପ୍ରଭୁ ଶ୍ରୀମନ୍ଦିର ବେଢା ପରିକ୍ରମା କରିବା ପରେ ବାହାରକୁ ତାଙ୍କ ବିମାନ ବାହାରି ନଗର ପରିକ୍ରମା ଓ ପନ୍ତି ଭୋଗ ଖାଇବ। ପରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବେ । ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନିତି ଅନୁଷ୍ଠିତ ହେବ । ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମୁଖରେ ପଢି ନିତି ସମ୍ପର୍ଣ୍ଣ କରିବେ । ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ । ଗତକାଲି ରାତିରେ ଶ୍ରୀମନ୍ଦିରରେ କେକେସି ରାକ୍ଷସ ବଧ ନିତି ଅନୁଷ୍ଠିତ ହୋଇଥିଲା । ସେପଟେ ଗତକାଲି ଶ୍ରୀକୃଷ୍ଣ ଲିଳାର କେକେଶୀ ବଦ୍ଧ ନିତି ସମ୍ପର୍ଣ୍ଣ ହୋଇଛି। ରାତ୍ର ୧୦ଟା ୨୫ରେ ମହାପ୍ରଭୁଙ୍କ ଚନ୍ଦନଲାଗି ହେବା ପରେ ୧୧ଟା ୧୦ ରେ ବଡସିଂହାର ବେଶ ହୋଇଥିଲେ ମହାପ୍ରଭୁ। ୧୧ଟା ୪୦ରେ ବଡସିଂହାର ଭୋଗ ବଢିବା ପରେ ରାତ୍ର ୧୨ଟା ୧୦ ରେ ପହୁଡ ହୋଇଥିଲେ। ତେବେ ଆଜି ପବିତ୍ର ରାଧାଷ୍କମୀ ହୋଇଥିବାରୁ ନିତି ସଅଳ କରାଯାଇଛି। ସକାଳ ୫ଟା ୧୮ରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ଶ୍ରୀମନ୍ଦିର ଦ୍ୱାର ଫିଟା ହେବା ସହ ମହାପ୍ରଭୁଙ୍କ ନିକଟରେ ମଙ୍ଗଳା ଆଳତୀ, ମଇଲମ, ଅବକାଶ ଆଦି ଦୈନନ୍ଦିନ ନିତିକାନ୍ତି ହୋଇଛି। ତେବେ, ଆଜି ପବିତ୍ର ରାଧାଷ୍ଟମୀ ସହିତ ଶନିବାର ଥିବା ହେତୁ ଭକ୍ତଙ୍କ ଗହଳି ଜମିଛି।

Show More

Related Articles

Back to top button