Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

କେବଳ ଦେଶ ନୁହେଁ ବିଶ୍ୱରେ ପ୍ରଭାବ ପକାଇବ ନାରୀ ବନ୍ଦନ ବିଲ୍-କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ନାରୀ ଶକ୍ତି ବନ୍ଦନ ବିଧେୟକ କେବଳ ଭାରତ ନୁହେଁ, ବିଶ୍ୱର ଗଣତନ୍ତ୍ରରେ ପ୍ରଭାବ ପକାଇବ । ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାସ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ, ଗଣେଶ ପୂଜା ଦିନ ନାରୀ ଶକ୍ତି ବନ୍ଦନ ବିଧେୟକ ପାସ ହୋଇଛି । ଏହା ପ୍ରଭାବ କେବଳ ଭାରତ ନୁହେଁ ବିଶ୍ୱର ଗଣତନ୍ତ୍ରରେ ପ୍ରଭାବ ପକାଇବ । ବିଭିନ୍ନ ସମୟରେ କିଭଳି ବିଲ ପାସ ହୋଇପାରିନଥିଲା ତାହା ମନେ ପକାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ହେଲେ ଏବେ ଐତିହାସିକ ମହିଳା ବିଲ ପାସ କରିଛନ୍ତି ମୋଦି ସରକାର । ସବୁ ରାଜନୈତିକ ଦଳକୁ ସେଥିପାଇଁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଦେଶ ଏହାକୁ ସେଲିବ୍ରେଟ କରୁଛି । ମୋଦିଙ୍କୁ ଧନ୍ୟବାଦ ଦେଉଛି ସାରା ଦେଶ । ମହିଳାଙ୍କ ପାଇଁ ଅନେକ ଯୋଜନା କରିଛି ମୋଦି ସରକାର । ମହିଳାଙ୍କ ପାଇଁ ପ୍ରସବ କାଳୀନ ଛୁଟି 6 ମାସ କରାଯାଇଛି । ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯାଇଛି । SHGଙ୍କୁ 2 କୋଟି ଲକ୍ଷପତି ଦିଦି ବନାଇବାକୁ ଘୋଷଣା କରିଛନ୍ତି ମୋଦି । ଓଡ଼ିଶାରେ ଅନେକ ମହିଳା ନାରୀ ଶକ୍ତିର ପ୍ରତୀକ ରହିଛନ୍ତି । 2029 ସୁଦ୍ଧା ମହିଳା ସଂରକ୍ଷଣ ଅଧିନିୟମ ଲାଗୁ କରାଯିବ । ଓଡ଼ିଶାରେ ହେବ ମହିଳା ସଶକ୍ତିକରଣ । ନାରୀ ଶକ୍ତି ବନ୍ଦନ ଅଧିନିୟମର ସୁଫଳ ବିଷୟରେ ଗାଁ ଗାଁରେ ପ୍ରଚାର କରିବ ବିଜେପି । ଗାଁର ସବୁ ମହିଳାଙ୍କୁ ମୋଦିଙ୍କ ବାର୍ତ୍ତା ବିଷୟରେ ସୂଚନା ଦେବ ଦଳ । ଓଡିଶା 50 ହଜାର ଗାଁରେ ସଙ୍କୀର୍ତ୍ତନ କରି ଜାଗରଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Show More

Related Articles

Back to top button