Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଅନ୍ତର୍ଜାତୀୟ ଅଧିବକ୍ତା ସମ୍ମିଳନୀ-2023ର ଉଦଘାଟନ କଲେ ପିଏମ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ବିଜ୍ଞାନ ଭବନରେ ବାର କାଉନସିଲ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଅନ୍ତର୍ଜାତୀୟ ଅଧିବକ୍ତା ସମ୍ମିଳନୀ-2023ର ଉଦଘାଟନ କରିଛନ୍ତି ।
ଏହି ସମ୍ମିଳନୀରେ ଇଂଲଣ୍ଡର ଲର୍ଡ ଚାନସେଲର ଏଲେକ୍ସ ଚାକ୍ ଏବଂ ବାର ଆସୋସିଏସନ ଅଫ୍ ଇଂଲଣ୍ଡର ପ୍ରତିନିଧି, ରାଷ୍ଟ୍ରମଣ୍ଡଳ ଏବଂ ଆଫ୍ରିକୀୟ ଦେଶର ପ୍ରତିନିଧିଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ଅତିଥି ଭାବେ ଯୋଗ ଦେଇଛନ୍ତି । ଏମାନଙ୍କ ଉପସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି ଯେ, ଏହି ଅନ୍ତର୍ଜାତୀୟ ଅଧିବକ୍ତା ସମ୍ମିଳନୀ ଭାରତର ବସୁଧୈବ କୁଟୁମ୍ବକମ୍ ଭାବନାର ପ୍ରତୀକ ବନିଯାଇଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି, କୌଣସି ଦେଶର ବିକାଶରେ ଆଇନଗତ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ ବର୍ଷ ବର୍ଷ ଧରି ନ୍ୟାୟପାଳିକା ଏବଂ ବାର ଭାରତର ନ୍ୟାୟିକ ବ୍ୟବସ୍ଥାର ରକ୍ଷକ ରହିଆସିଛନ୍ତି। ସ୍ୱାଧୀନତା ସଂଗ୍ରାମରେ ଆଇନ ବୃତ୍ତିଧାରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ମୋଦି । ସେ ମହାତ୍ମା ଗାନ୍ଧି, ବାବା ସାହେବ ଆମ୍ବଦକର, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଜବାହାରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଲୋକମାନ୍ୟ ତିଲକ ଓ ବୀର ସାବରକରଙ୍କ ଉଦାହରଣ ଦେଇଥିଲେ ।

Show More

Related Articles

Back to top button