Breaking PLUSଓଡ଼ିଶାସ୍ୱାସ୍ଥ୍ୟ

ଏବେ ବଲାଙ୍ଗିରରେ ଚିନ୍ତା ବଢାଇଲାଣି ସ୍କ୍ରବ ଟାଇଫସ

ସୁନ୍ଦରଗଡ଼ ପରେ ଏବେ ବଲାଙ୍ଗୀରରେ ଆତଙ୍କ ଖେଳାଇଲେଣୀ ସ୍କ୍ରବ ଟାଇଫସ। ଧିରେ ଧିରେ କାୟା ବିସ୍ତାର କରୁଛି ସ୍‌କ୍ରବ ଟାଇଫସ। ବଲାଙ୍ଗିର ଜିଲ୍ଲାରେ ସବୁଠାରୁ ଅଧିକ ସ୍କ୍ରବ ଟାଇଫସ ଚିହ୍ନଟ ହୋଇଛନ୍ତି । ଅଗଷ୍ଟ ଓ ସେପ୍ଟେମ୍ବରରେ ମୋଟ ୩୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇମାସ ମଧ୍ୟରେ ୧୨୮୩ଟି ନମୁନା ମଧ୍ୟରୁ ୩୩୭ ଟି ପଜିଟିଭ ଥିବାର ଜଣାପଡିଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କୁବେର ଚନ୍ଦ୍ର ମହନ୍ତ ସୂଚନା ଦେଇଛନ୍ତି। ସୁନ୍ଦରଗଡ ଓ ବରଗଡରେ ଏହା ଆତଙ୍କ ଜନକ ପରିସ୍ଥିତି ସୃଷ୍ଟି କରିଛି । ଗତ କାଲିଠାରୁ ଏଠାରେ ୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ନୂଆ ୧୦ ଜଣ ଆକ୍ରାନ୍ତ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ଅଧିକ ସଂଖ୍ୟାରେ ପଜିଟିଭ ବଢୁଥିବାରୁ ଏବେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢି ଯାଇଛି । ସୁନ୍ଦରଗଡ ଜିଲ୍ଲାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨୨୧ରେ ପହଞ୍ଚି ସାରିଲାଣି । ତେଣୁ ଜିଲ୍ଲାରେ ବଢୁଥିବା ଏହି ସଂକ୍ରମଣକୁ ନେଇ ସମସ୍ତେ ଭୟଭୀତ ହୋଇ ରହିଛନ୍ତି ।

Show More

Related Articles

Back to top button