ଓଡ଼ିଶା

ଏସୀୟ କ୍ରୀଡାରେ ଓଡ଼ିଶାରୁ 14 ଖେଳାଳି

କଟକ: ଚୀନ୍‌ର ହ୍ବାଙ୍ଗଝୋରେ ଚଳିତ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣ ଖେଳାଯିବ। ଏଥିରେ ଅଂଶଗ୍ରହଣ କରିବା ଲାଗି ଭାରତୀୟ ଦଳରେ ବିଭିନ୍ନ କ୍ରୀଡ଼ା ବର୍ଗରେ ୧୪ଜଣ ଓଡ଼ିଆ ଖେଳାଳି ମନୋନୀତ ହୋଇଛନ୍ତି।

ପୁରୁଷ ଜାଭେଲିନ୍‌ରେ କିଶୋର କୁମାର ଜେନା, ସାଇକଲ ଚାଳନାରେ ଦିନେଶ କୁମାର, ମହିଳା ନୌଚାଳନାରେ ଅଂଶିକା ଭାରତୀ, ଋତୁ କାଉଡି ଓ ସୋନାଲୀ ସ୍ବାଇଁ, ଜୁ ଜିତ୍‌ସୁରେ ଅନୁପମା ସ୍ବାଇଁ, କାୟାକିଂ ଆଣ୍ଡ କାନୋଇଂରେ ନେହା ଦେବୀ ଲିଚୋଙ୍ଗଡାମ, ମହିଳା ଫୁଟବଲରେ ପ୍ୟାରୀ ଖାଖା, ମହିଳା ହକିରେ ଦୀପ୍‌ଗ୍ରେସ ଏକ୍କା, ପୁରୁଷରେ ଅମିତ ରୋହିଦାସ, ମହିଳା ରଗ୍‌ବୀରେ ଡୁମୁନି ମାଣ୍ଡିଂ, ହୁପି ମାଝି, ତାରୁଲତା ନାୟକ ଓ ମାମା ନାୟକ ରହିଛନ୍ତି। ବ୍ୟକ୍ତିଗତ ବିଭାଗରେ ଜାଭେଲିନ୍‌ରେ କିଶୋର କୁମାର ଜେନା, ସାଇକେଲ ଚାଳନାରେ ଦିନେଶ କୁମାର, ଜୁ ଜିତ୍‌ସୁରେ ଅନୁପମା ସ୍ବାଇଁ, ଦଳଗତ କ୍ରୀଡ଼ା ପୁରୁଷ ହକିରେ ଅମିତ ରୋହିଦାସ, ମହିଳା ହକିରେ ଦୀପ୍‌ଗ୍ରେସ ଏକ୍କା, ମହିଳା ରଗ୍‌ବୀରେ ଡୁମୁନି ମାଣ୍ଡିଂ, ହୁପି ମାଝି,ତାରୁଲତା ନାୟକ ଓ ମାମା ନାୟକ ଓ ମହିଳା ଫୁଟବଲରେ ପ୍ୟାରୀ ଖାଖାଙ୍କଠାରୁ ପଦକ ଆଶା କରାଯାଉଛି।

Show More

Related Articles

Back to top button